Pratidin TV

Odisha's Digital News Platform

ଗହୀରମଥାରେ ନୂଆ ଅତିଥି , ଗଣ ଅଣ୍ଡାଦାନ ପାଇଁ ଲାଗିଲା ଅଲିଭ ରିଡଲେ କଇଁଛଙ୍କ ଭିଡ଼..

1 min read

ପୁଣିଥରେ ଚଳଚଞ୍ଚଳ ହୋଇପଡିଛି ଗହୀରମଥା । ଗହୀର ମଥାରେ ଲାଗିଛି ନୂଆ ଅତିଥିଙ୍କ ଭିଡ । ଏବେ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁ । ଗତ ୨ ତାରିଖ ଠାରୁ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚତୁର୍ଥ ଦିନରେ ୮୨ ହଜାର ୩୧ ମା’ କଇଁଛ କୂଳକୁ ଆସି ଅଣ୍ଡା ଦେଇଛନ୍ତି । ଏପ୍ରିଲ ୨ ତାରିଖ ପ୍ରଥମ ଦିନ ୩୭ହଜାର ଓ ୩ ତାରିଖ ଦ୍ୱିତୀୟ ଦିନ ୮୩ହଜାର ୬ଶହ ୪ତାରିଖ ତୃତୀୟ ଦିନରେ ୯୮ହଜାର ୧୬ ଓ ୫ତାରିଖ ଚତୁର୍ଥ ଦିନରେ ୮୨ହଜାର ୩୧ଟି କଇଁଛ ଅଣ୍ଡାଦାନ କରିଛନ୍ତି ।

ପାଞ୍ଚ ତାରିଖ ସୁଦ୍ଧା ମୋଟ ୨ ଲକ୍ଷ ୬୬ହଜାର ୬୮୪ ମା ‘ କଇଁଛ କେବଳ ନାସା -୧ରେ ଅଣ୍ଡା ଦେଇଥିବା ଜଣାଯାଇଛି ! ସୂର୍ଯ୍ୟାସ୍ତରୁ ସୂର୍ଯ୍ୟଦ୍ୱୟ ମଧ୍ୟରେ ଏଇ କଇଁଛମାନେ ସମୁଦ୍ରରୁ ଦଳ ଦଳ ହୋଇ ଉଠିଆସି ବାଲୁକା ଶଯ୍ୟାରେ ପ୍ରାୟ ଦେଢ଼ ଫୁଟରୁ ଦୁଇ ଫୁଟ ନିଜ ଗୋଡ଼ରେ ଗାତଖୋଳି ୮୦ରୁ ୧୩୦ଟି ପର୍ଯ୍ୟନ୍ତ ଅଣ୍ଡାଦେଇ ବାଲିରେ ଘୋଡାଇ ପରେ ସମୁଦ୍ରକୁ ଚାଲି ଯାଇଥାନ୍ତି । ଗଣଅଣ୍ଡାଦାନ ଜାରି ରହିଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସହକାରୀ ବନ ସରଂକ୍ଷକ କର୍ମଚାରୀମାନେ ପରିସ୍ଥିତି ଉପରେ ଲକ୍ଷ୍ୟ ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *