Pratidin TV

Odisha's Digital News Platform

ଚିଠି ମାଧ୍ୟମରେ ଭୋଟ ଦେବାକୁ ସଚେତନ କଲେ ଛାତ୍ରଛାତ୍ରୀ

1 min read

ସ୍ଥାନୀୟ ଜବାହର ନବୋଦୟ ବିଦ୍ୟାଳୟ-୧ ମାଲକାନଗିରିର ଛାତ୍ରଛାତ୍ରୀମାନେ ମତଦାନ କରିବା ନିମନ୍ତେ ଏକ ଅଭିନବ ପ୍ରୟାସ କରିଛନ୍ତି।ବିଦ୍ୟାଳୟର ୩୦୦ ଛାତ୍ରଛାତ୍ରୀ ଚିଠି ମାଧ୍ୟମରେ ତାଙ୍କ ପିତାମାତାଙ୍କୁ ଭୋଟ ଦେବା ନିମନ୍ତେ ଏକ ସଚେତନ ବାର୍ତ୍ତା ପ୍ରଦାନ କରିଛନ୍ତି। ଆଗାମୀ ୨୦୨୪ ନିର୍ବାଚନରେ ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ୱଇଚ୍ଛାରେ କିପରି ମତଦାନ କରିବେ ସେ ବିଷୟରେ ପତ୍ର ମାଧ୍ୟମରେ ୩୦୦ ରୁ ଉର୍ଦ୍ଧ୍ୱ ପୋଷ୍ଟକାର୍ଡରେ ବାର୍ତ୍ତା ଲେଖି ପ୍ରଶଂସାର ପାତ୍ର ହୋଇଛନ୍ତି।

ଆଜି ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ସଭା ଗୃହ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁଙ୍କ ଉପସ୍ଥିତିରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏହି ୩୦୦ ରୁ ଉର୍ଦ୍ଧ୍ୱ ପୋଷ୍ଟକାର୍ଡ ଉନ୍ମୋଚିତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ସି. ଶିବରାମ, ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ, କଳା ଶିକ୍ଷୟିତ୍ରୀ ମିନାକ୍ଷୀ ପଣ୍ଡା,ବିଦ୍ୟାଳୟ କାର୍ଯ୍ୟାଳୟ ନିରୀକ୍ଷକ ବି.ଏସ.କେ ସାଇ ଏବଂ ଛାତ୍ରଛାତ୍ରୀମାନଙ୍କ ତରଫରୁ ଛାତ୍ରୀ ପୁଷ୍ପା ବେଟୀ ଓ ସୀମା ମାଡ଼କାମୀ ଉପସ୍ଥିତ ରହିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ ଓ ବିଦ୍ୟାଳୟର ଅଧ୍ୟକ୍ଷ ସି.ଶିବରାମ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ବାଣୀ ପ୍ରଦାନ ସହ ସେମାନଙ୍କର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ଅର୍ଚ୍ଚନା ମାରାଣ୍ଡି ପିଲାମାନଙ୍କର ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ l

Advertisement

Leave a Reply

Your email address will not be published. Required fields are marked *