Pratidin TV

Odisha's Digital News Platform

ଦିନରେ ସଂପୂର୍ଣ୍ଣ ଅନ୍ଧାର ହୋଇଗଲା ଆମେରିକା, ମେକ୍ସିକୋ ଓ କାନାଡା ! 

1 min read

ଆମେରିକାରେ ଦିଶିଲାନି ସୂର୍ଯ୍ୟ | ଦିନରେ ସୃଷ୍ଟି ହେଲା ରାତିର ଭ୍ରମ | ଦେଖିବାକୁ ମିଳିଲା ବର୍ଷର ପ୍ରଥମ ବିରଳ ପୂର୍ଣ୍ଣ ସୂର୍ଯ୍ୟ ପରାଗ | ବିଶ୍ୱର କିଛି ସ୍ଥାନରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଭାରତରେ ଏହା ଦୃଶ୍ୟମାନ ହୋଇନାହିଁ | କାରଣ ଭାରତ ରାତି ସମୟରେ ସଂଗଠିତ ହୋଇଥିଲା ଏହି ସୂର୍ଯ୍ୟ ପରାଗ | ତେବେ କାନାଡ଼ା ମେକ୍ସିକୋରେ ମଧ୍ୟ କେତେକ ସ୍ଥାନରେ ଦୃଶ୍ୟମାନ ହୋଇଛି ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗ | NASA ର ଏହି ଲାଇଭ ଷ୍ଟ୍ରିମରେ ଭାରତବାସୀ ଏହା ଦେଖିବାର ସୁଯୋଗ ପାଇଁ ପାରିଛନ୍ତି |

୫୪ ବର୍ଷ ପରେ ଆକାଶରେ ଦେଖିବାକୁ ମିଳିଛି ଏଭଳି ଦୁର୍ଲଭ ସୂର୍ଯ୍ୟ ପରାଗ | ତେବେ ଏହା ଭାରତରେ ପ୍ରଭାବ ପଡ଼ିନାହିଁ | କେବଳ ଏହା ଉତ୍ତର ଆମେରିକାରେ ଦୃଶ୍ୟମାନ ହୋଇଛି | ୫ ଘଣ୍ଟା ୧0 ମିନିଟ ଧରି ଚାଲିଥିଲା ଲମ୍ବା ସୂର୍ଯ୍ୟ ପରାଗ | ଯେତେବେଳେ ସୂର୍ଯ୍ୟ ଚନ୍ଦ୍ର ମଝି ଦେଇ ଅତିକ୍ରମ କରିଥାଏ ସେତବେଳେ ଏହା କିଛି ସମୟ ପର୍ଯ୍ୟନ୍ତ ଲୁଚି ଯାଇଥିଲେ ସୂର୍ଯ୍ୟ | ଅନ୍ଧାର ହୋଇଯାଇଥିଲା ଆକାଶ ଓ ସଂଗଠିତ ହୋଇଥିଲା ସୂର୍ଯ୍ୟ ପରାଗ |

Advertisement

ତେବେ ଏହି ସୂର୍ଯ୍ୟ ପରାଗ ପ୍ରାୟ ୧0 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ଦୃଶ୍ୟ ଦେଖିଥିଲେ | କେବଳ ସେତିକି ନୁହେଁ, ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରୀଶଃ ମାନୁଏଲ ରୁପେଶ ଓବରାଡୋର ଫିନାଲୁଇ ଗ୍ରସ୍ଥରେ ଯାଇ ଏହି ସୂର୍ଯ୍ୟ ପରାଗ ଦୃଶ୍ୟ ନିଜେ ଦେଖିଥିଲେ | ଯାହା ପରେ ସେ ତାହାକୁ ଅବିସ୍ମରଣୀୟ ଦୃଶ୍ୟ ବୋଲି ବର୍ଣ୍ଣନା କରିଥିଲେ |

ଭାରତୀୟ ସମୟ ଅନୁସାରେ ଗତକାଲି ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ଭୋର୍ ୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ଏହାର କୌଣସି ପ୍ରଭାବ ଭାରତରେ ଅନୁଭୂତ ହୋଇନାହିଁ। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଖୁବ୍ ବିରଳ। କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ଅର୍ଥାତ୍ ୨୦୪୪ ମସିହା ପର୍ଯ୍ୟନ୍ତ ଏପରି ବିରଳ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବାର ନାହିଁ।

Leave a Reply

Your email address will not be published. Required fields are marked *