Pratidin TV

Odisha's Digital News Platform

ଏପ୍ରିଲ୍‌ ୧୧ରେ ପାଳିତ ହେବ ତୃତୀୟ ଛେନାପୋଡ଼ ଦିବସ, ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ..

1 min read

୧୧ରେ ତୃତୀୟ ଛେନାପୋଡ଼ ଦିବସ । ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ । ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଓ ନୟାଗଡ଼ ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍ ୧୧ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱର ଜୟଦେବ ଭବନଠାରେ ୩ୟ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହେଉଛି । ଏ ନେଇ ମଞ୍ଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ଏ ଉତ୍ସବର ଉଦ୍ଦେଶ୍ୟ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଦିବସବ୍ୟାପୀ ଏହି ଉତ୍ସବରେ ଜିଲ୍ଲାର ରାଜନେତାମାନଙ୍କ ସହିତ ବିଶିଷ୍ଟ ସାହିତ୍ୟିକ , ଭାରତୀୟ ପ୍ରଶାସନିକ ସେବାଧିକାରୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଓ କିଟ୍ ବିଶ୍ୱବିଦ୍ୟାଳୟର ଉପକୂଳପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବୋ ଉତ୍ସବରେ ଅଧ୍ୟକ୍ଷତା କରିବେ ।

ଜଣାଶୁଣା ଲେଖକ ତଥା ନୟାଗଡ଼ ବିକାଶ ମଞ୍ଚର ଆବାହାକ ଶୁଭ୍ରାଂଶୁ ପଣ୍ଡା ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ଏହି ଉତ୍ସବରେ ଛେନାପୋଡ଼ ସଙ୍ଗୀତର ଏକ ଚିତ୍ରରୂପ ଲୋକାର୍ପଣ କରାଯିବା ଉତ୍ସବରେ ସଭା, ସମ୍ବର୍ଦ୍ଧନା, ବନ୍ଧୁମିଳନ ଓ ପେଟପୂଜା ସାଙ୍ଗକୁ ପାଲା, ଦାସକାଠିଆ, ବାଘଶବର ନାଚ, ଧୁଡୁକି, ଦଣ୍ଡନାଚ, ରାମଲୀଳା, ଢଣକୋଇଲା, ଦୁଆରି, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯିବା ସେହିପରି ନୟାଗଡ଼ରୁ ଆନୀତ ସ୍ୱତନ୍ତ୍ର ଛେନାପୋଡ଼ ସାଙ୍ଗକୁ ଅନ୍ୟାନ୍ୟ ନୟାଗଡ଼ ଦ୍ରବ୍ୟ ମଧ୍ୟ ଉତ୍ସବରେ ପ୍ରଦର୍ଶିତ କରାଯିବା ପୂର୍ବ ବର୍ଷମାନଙ୍କ ପରି ଏଥର ମଧ୍ୟ ଜିଲ୍ଲାର ଜଣେ ଶ୍ରେଷ୍ଠ ଛେନାପୋଡ଼ କାରିଗରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବଦ୍ଧିତ କରାଯିବ । ଛେନାପୋଡ଼କୁ ଜିଆଇ (ଭୌଗୋଳିକ ସ୍ୱୀକୃତି) ମାନ୍ୟତା ଦେବା ଲାଗି ତିନିବର୍ଷ ହେଲା ମଞ୍ଚ ଉଦ୍ୟମ କରିଆସିବା ସହ ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଛେନାପୋଡ଼ ଦିବସ ଭାବେ ପାଳନ କରିଆସୁଛି ।

Advertisement

Leave a Reply

Your email address will not be published. Required fields are marked *