Pratidin TV

Odisha's Digital News Platform

ହେୟାର କଟ୍‌ ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ବିରାଟ କୋହଲି, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ! 

1 min read

କ୍ରୀଡା ଜଗତରେ ଜଣେ ଚର୍ଚ୍ଚିତ ଚେହେରା ବିରାଟ କୋହଲି । ତାଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଅଛନ୍ତି । ତାଙ୍କ ଖେଳ ବ୍ୟତୀତ ଏହି ଷ୍ଟାର କ୍ରିକେଟ୍‌ର ତାଙ୍କ ଷ୍ଟାଇଲକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହୁନ୍ତି । ଖେଳ ସହ କୋହଲି ତାଙ୍କ ଷ୍ଟାଇଲ ପାଁ ଅନେକ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରିଥାନ୍ତି ।ଏବେ ସେ IPL ପାଇଁ ବ୍ୟସ୍ତ ଅଛନ୍ତି | ତେବେ କୋହଲି IPL ପୂର୍ବରୁ ତାଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଥିଲା | ମ୍ୟାଚ ଖେଳିବା ପୂର୍ବରୁ ନୂଆ ହେୟାର କଟରେ ଚର୍ଚ୍ଚାକୁ ଆସିଥିଲେ ବିରାଟ | କିନ୍ତୁ ଆପଣ ଜାଣନ୍ତି କି ବିରାଟ କୋହଲି ଚୁଟି କାଟିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ? ଆପଣ ଏହି ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ମିଡିଆ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ଚୁଟି କାଟିବା ପାଇଁ ଅତି କମ୍‌ରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି |

ତେବେ ନିକଟରେ ଏବେ ଗୋଟେ ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ଶୁଣିବାକୁ ମିଳୁଛି ଯେ, ବିରାଟ କୋହଲି ତାଙ୍କ ନୂଆ ହେୟାର କଟ ପାଇଁ ୮0ହଜାର ଟଙ୍କା ଦେଇଛନ୍ତି | ତେବେ ଲୋକପ୍ରିୟ ହେୟାର ଷ୍ଟାଇଲିଶ ଆଲିମ ହାକିମଙ୍କ ସୂତ୍ରରୁ ଦାବି କରାଯାଇଛି ଯେ ବିରାଟ କୋହଲି ଚୁଟି କାଟିବା ପାଇଁ ଅତି କମ୍‌ରେ ୧ ଲକ୍ଷ ଟଙ୍କା ଦେଉଛନ୍ତି । ଯଦିଓ ବିରାଟ କୋହଲି ତାଙ୍କ ଚୁଟି କାଟିବାପାଇଁ କେତେ ଖର୍ଚ୍ଚ କରିଛନ୍ତି ସେ ବିଷୟ ନେଇ କୌଣସି ଅଫିସିଆଲ ସୂଚନା ନାହିଁ | କିନ୍ତୁ ଏନେଇ ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ବିରାଟ କୋହଲି ଚୁଟି କାଟିବା ପାଇଁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି |

Advertisement

ତେବେ ଚଳିତ ଆଇପିଏଲ ସିଜିନ୍‌ ଆରମ୍ଭ ପୂର୍ବରୁ ନୂଆ ଲୁକ୍‌ରେ ଆସିଥିଲେ ବିରାଟ କୋହଲି । ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଆଲିମ୍‌ ହାକିମ ବିରାଟଙ୍କୁ ଏକ ନୂଆ ଲୁକ୍‌ ଦେଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା । ତେବେ କେବଳ ବିରାଟ କୋହଲି ନୁହଁନ୍ତି ଆଇପିଏଲ ସିଜିନ୍-୧୭ ଆରମ୍ଭ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ ନୂଆ ଲୁକ୍‌ ଦେଇଥିଲେ ଆଲିମ୍‌ ହାକିମ ।

Leave a Reply

Your email address will not be published. Required fields are marked *