Pratidin TV

Odisha's Digital News Platform

‘ମା କାଳୀ ମୋଦିଙ୍କୁ ସୁରକ୍ଷା ଦେବେ’..ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ପାଇଁ ଫ୍ୟାନ ଚଢ଼ାଇଲେ ନିଜ ଆଙ୍ଗୁଠିର ବଳି

1 min read

ପ୍ରଶଂସକ ଦେଖିଥିବେ କିନ୍ତୁ ଏପରି ପ୍ରଶଂସକ ଦେଖିନଥିବେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ ପ୍ରଶଂସକ ଅଜବ କାଣ୍ଡ ଘଟାଇଛନ୍ତି | ୩ୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଦେବୀ କାଳୀଙ୍କ ପୂଜା କରିଛନ୍ତି | ଏହି ସମୟରେ ସେ ରକ୍ତଦାନ ପାଇଁ ନିଜ ଆଙ୍ଗୁଠିରେ ଛେଦନ କରି ରକ୍ତଦାନ କରିଥିଲେ |

ତେବେ ବ୍ୟକ୍ତଇ ଜଣକ ହେଉଛନ୍ତି କର୍ଣ୍ଣାଟକାର କରୱାର ସିଟିର ବାସିନ୍ଦା | ଅରୁଣ ସବୁବେଳେ ମୋଦିଙ୍କର ଜଣେ ପ୍ରଶଂସକ ରହି ଆସିଛନ୍ତି। ସେ ମୋଦିଙ୍କ ପାଇଁ ଏତେ ପାଗଳ ଯେ ନିଜ ଘରେ ତାଙ୍କ ପାଇଁ ଗୋଟିଏ ମନ୍ଦିର ତିଆରି କରିଛନ୍ତି। ସେଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ମଧ୍ୟ ରହିଛି। ଏଥର ନିର୍ବାଚନ ପୂର୍ବରୁ ସେ ଆଙ୍ଗୁଠି କାଟିବା ସହ ରକ୍ତରେ ନିଜ କାନ୍ଥରେ ବାର୍ତ୍ତା ଲେଖି ମା’ କାଳୀଙ୍କ ପାଖରେ ପ୍ରଧାନନମନ୍ତ୍ରୀ ମୋଦି ସୁରକ୍ଷା କାମନା କରିଛନ୍ତି। ସେ ମୋଦିଙ୍କୁ ମୋଦି ବାବା ବୋଲି ଡାକିଥାନ୍ତି |

Advertisement

ଅରୁଣଙ୍କ କହିବାନୁସାରେ,, ସ୍ସେ ଛୁରୀ ସାହାଯ୍ୟରେ ତାଙ୍କ ବାମ ହାତରେ ବୁଢା ଆଙ୍ଗୁଠିରେ ଟିକେ କାଟିବା ପଡି ଚେଷ୍ଟା କରିଥିଲେ | କିନ୍ତୁ କାଟୁ କାଟୁ ଅଧିକ କଟିଯାଇଥିଲା | ଯାହା ଫଳରେ ଆଙ୍ଗୁଠି ଝୁଲିପଡିଥିଲା | ତେବେ ଗଣମାଧ୍ୟମ ସହ କଥାବାର୍ତ୍ତା ହେବା ସମୟରେ ସେ କହିଥିଲେ , ମୁଁ କିଛି ରକ୍ତଦାନ କରିବାକୁ ଚାହୁଁଥିଲି | କିନ୍ତୁ ଭୁଲରେ ମୁଁ ଭାବୁଥିବାରୁ ଅଧିକ ବାଳ ପ୍ରୟୋଗ ଯୋଗୁଁ ଏକ ଅଂଶ କଟିଯାଇଥିଲା | ମୁଁ ଏହାକୁ ଦେବୀଙ୍କ ପ୍ରସାଦ ବୋଲି ଭାବିଲି | ସେ କହିଥିଲେ ଯେ ମୋ ରକ୍ତଦାନ କରିବା ସଫଳ ହୋଇଛି | ଏହାକୁ ନେଇ ଲେଖିଥିଲେ, ‘ମା କାଳି ଆମ ମୋଦିଙ୍କୁ ସୁରକ୍ଷା ଦିଅନ୍ତୁ’ |

ତେବେ ପରେ ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ | କିନ୍ତୁ ସସେଠାରେ ଡାକ୍ତର ଯୋଡି ହେବା ସମ୍ଭବ ନୁହେଁ ବୋଲି କହିଦେଇଥିଲେ | ଏବଂ ଅରୁଣଙ୍କ ପୁରା ଆଙ୍ଗୁଠିକୁ କାଟିବାକୁ ପଡିଥିଲା |

Leave a Reply

Your email address will not be published. Required fields are marked *