Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ସତ : ସୀମାକୁ ମାଡ ମାରୁଛନ୍ତି ସଚିନ୍ ଭିଡିଓ ଭାଇରଲ..

1 min read

ସଚିନ୍ ଓ ସୀମା ହାଇଦରଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ୍ ଚାଲିଛି ତ? କ’ଣ ସଚିନ ଏବେ ବି ସୀମାଙ୍କୁ ଆଗ ପରି ଭଲ ପାଉଛନ୍ତି? ଆଜିକାଲି ପତ୍ନୀଙ୍କ ପ୍ରତି ସଚିନଙ୍କ ମନୋଭାବ କିପରି ରହିଛି? ଆଜି ପୁଣିଥରେ ସୀମା ସଚିନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ଲୋକମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ନିଜ ପ୍ରେମିକ ପାଇଁ ଦେଶ ଛାଡି ଆସିଥିବା ସୀମା ହାଇଦର ସ୍ୱାମୀ ସଚିନଙ୍କ ସହ ଭାରତରେ ରହୁଛନ୍ତି । ବିବାହ ପରେ, ସେମାନଙ୍କ ଜୀବନରେ ବିଶ୍ୱାସ ଓ ପ୍ରେମର ଏକ ଦୃଢ଼ ପ୍ରାଚୀର ରହିଥିଲା । ଗଣମାଧ୍ୟମରେ ଉଭୟ ନିଜର ଜୋରଦାର ପକ୍ଷ ରଖୁଥିଲେ ।

ତାଙ୍କ ଘରକୁ ଆସିଥିବା ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ସୀମା ବର୍ତ୍ତମାନ ସଚିନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । କୁହାଯାଉଛି ଯେ ଉଭୟଙ୍କ ବୌବାହିକ ଜୀବନ ଖରାପ ହୋଇଯାଇଛି । ଏପରିକି ସଚିନ ସୀମାକୁ ମାଡ ମଧ୍ୟ ମାରୁଛନ୍ତି । ଏବେ ସୋସିଆଲ ମିଡିଆରେ ସୀମାଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ ଆଖି ଓ ଓଠ ଫୁଲିଥିବା ଦେଖିବାକୁ ମିଳିଛି । ଭିଡିଓ ଦେଖିଲେ ଜଣାପଡ଼ୁଛି ଯେମିତି କେହି ଜଣେ ତାଙ୍କୁ ମାଡ଼ ମାରିଛନ୍ତି ।

Advertisement

ଏହି ଭିଡିଓ ଭାଇରାଲ ହେବା ପରେ ସଚିନ୍‌, ସୀମାଙ୍କୁ ମାଡ଼ ମାରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ଏବେ ଏସବୁ ନକଲି ବୋଲି କହିଛନ୍ତି ସୀମା । ସୀମାଙ୍କ ଓକିଲ ଏପି ସିଂହ କହିଛନ୍ତି ଯେ, ପାକିସ୍ତାନୀ ୟୁଟ୍ୟୁବର ଏଆଇ ଟୁଲ୍ ବ୍ୟବହାର କରି ସୀମାଙ୍କର ଏଭଳି ଭିଡିଓ ଭାଇରାଲ କରିଛନ୍ତି । ଭିଡିଓରେ କୌଣସି ସତ୍ୟତା ନାହିଁ । ଅନ୍ୟପକ୍ଷରେ ସୀମା କହିଛନ୍ତି, ରମଜାନ ମାସରେ ବି ପାକିସ୍ତାନୀ ନିଉଜ୍ ଚ୍ୟାନେଲରେ ମିଛ ଖବର ପ୍ରସାର କରାଯାଉଛି । ସେମାନେ ଜାଣିନାହାନ୍ତି ଯେ, ମୁଁ ଯୋଗୀଜୀଙ୍କ ରାଜ୍ୟରେ ରହୁଛି । ତାଙ୍କ ରାଜ୍ୟରେ କୌଣସି ମହିଳା ଦୁଃଖୀ ରହିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *