Pratidin TV

Odisha's Digital News Platform

୨୧ ବର୍ଷ ଅପେକ୍ଷାର ଅନ୍ତ, ଖୋଲିଲା ଶ୍ରୀରାମଙ୍କ ମନ୍ଦିର ଦ୍ୱାର ..

1 min read

ଦିନ ନୁହେଁ ବର୍ଷ ବର୍ଷର ଅପେକ୍ଷା । ବର୍ଷେ କି ଦୁଇ ବର୍ଷ ନୁହେଁ ୨୧ ବର୍ଷର ଅପେକ୍ଷା । ରାମ ଭକ୍ତଙ୍କ ବିଶ୍ୱାସ ଓ ଭକ୍ତିଭାବର ପ୍ରତୀକ । ଯାହାଙ୍କ ପାଇଁ ଲଢେଇଠୁ ବଳିଦାନ ଆଉ ସଂଘର୍ଷରୁ ସଫଳତା ଯାଏ । ଦୀର୍ଘ ୨୧ ବର୍ଷ ପରେ ଐତିହାସିକ ମୁହୂର୍ତ୍ତର ମୁଖସାକ୍ଷୀ ହେବାକୁ ଯାଉଛନ୍ତି ଗ୍ରାମବାସୀ । ସାରା ଗ୍ରାମରେ ଉତ୍ସବର ମାହୋଲ । ମନରେ ଅଜସ୍ର ଭକ୍ତିଭାବ । ଶ୍ରୀରାମଙ୍କ କଥା କହିବା ବେଳେ କୋହ ସମ୍ଭାଳି ପାରୁନାହାନ୍ତି ରାମ ଭକ୍ତ । ଆଜି ଜିତିଯାଇଛି ଭକ୍ତ ହାରିଛନ୍ତି ମାଓବାଦୀ । ଭକ୍ତର ଭକ୍ତି ଆଗରେ ସେମାନଙ୍କୁ ମୁଣ୍ଡ ନୁଆଇଁବାକୁ ପଡିଛି । ୨୧ ବର୍ଷ ପରେ ଛତିଶଗଡ଼ ସୁକମାରେ ପୂଜା ପାଇବେ ପ୍ରଭୁ ଶ୍ରୀରାମ । ମାଉବାଦୀଙ୍କ ହିଂସା ଭୟରେ ପ୍ରାୟ ୨୧ ବର୍ଷ ହେବ ବନ୍ଦ ଥିଲା ମନ୍ଦିର । ହେଲେ ଏବେ ମନ୍ଦିର ଦ୍ୱାର ଖୋଲା ଯିବା ସହ ପୂଜାର୍ଚ୍ଚନ କରାଯିବ ।

ସିଆରଏଫ୍ ଯବାନ ପରିଚାଳନାର ସମସ୍ତ ଦାୟିତ୍ୱ ସ୍ଥାନୀୟ ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।ସୂଚନା ଅନୁସାରେ, ଛତିଶଗଡ଼ ସୁକମାରେ ଗତ ୨୧ ବର୍ଷ ହେବ ଶ୍ରୀ ରାମ ମନ୍ଦିରର ଦ୍ୱାର ବନ୍ଦ ରହିଥିଲା । ମାଓବାଦୀଙ୍କ ଭୟରେ ଗାଁ ଲୋକ ମନ୍ଦିର ଯାଇ ପୂଜର୍ଚ୍ଚନା କରିବା ପାଇଁ ପଛାଉଥିଲେ ହେଲେ ଶେଷରେ ବିଶ୍ୱାସର ହେଲା ଜୟ । କମ୍ବିଂ ଅପେରସନ ପରେ ମନ୍ଦିରର ଦ୍ୱାର ଖୋଲି ପୂଜାର୍ଚ୍ଚନା ପାଇଁ ଗ୍ରାମବାସୀଙ୍କୁ ଅନୁମତି ଦେଇଥିଲେ ଉଜଚୠ ଯବାନ । ଏହି ମନ୍ଦିରରେ ଶ୍ରୀ ରାମ, ମା ସୀତା ଏବଂ ଲକ୍ଷ୍ମଣଙ୍କର ପୂଜାର୍ଚ୍ଚନା କରାଯାଏ । ଏଣିକି ଗାଁ ଲୋକେ ମନ୍ଦିରରେ ଦୟିତ୍ୱ ତୁଳାଇବା ନେଇ ସୂଚନା ରହିଛି ।ସୂଚନାଥାଉ ଯେ, ୨୦୧୦ ମସିହାରେ ଉକ୍ତ ଅଞ୍ଚଳରେ ମାଓବାଦୀ ଆମ୍ବୁସରେ ଫସି ୭୬ ଯବାନ ସହିଦ ହୋଇଥିଲେ, ସେହିପରି ୨୦୧୧ରେ ମଧ୍ୟ ସମାନ ଅଞ୍ଚଳରେ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିଲେ ଯାହା ପରେ ପୁରା ଅଞ୍ଚଳରେ ଭୟର ବାତା ବରଣ ସୃଷ୍ଟି ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *