Pratidin TV

Odisha's Digital News Platform

ଜାଲରେ ପଡିଲା ବିରଳ ମାଛ , ମୂଲ୍ୟ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍ ..

1 min read

ପାରାଦ୍ୱାପ ସମୁଦ୍ରରୁ ମିଳିଛି ବିରଳ ତେଲିଆ ମାଛ । ଆଉ ଏହି ମାଛର ଦାମ୍ ଜାଣିଲେ ଆପଣଙ୍କର ମଧ୍ୟ ହୋସ୍ ଉଡିଯିବ । ଏକଥାଟି ବିଶ୍ୱାସ ନହେଉଥିଲେ ମଧ୍ୟ ସତ । ପାରାଦ୍ୱୀପ ନେହେରୁବଙ୍ଗଳା ମାଛଧରା ବନ୍ଦର ରେ ପଡିଛି ବିରଳ ତେଲିଆ ବୋରେହି ମାଛ । ଏହି ମାଛ କିଲୋ ପିଛା ୬୪୦୦ ଟଙ୍କା ରେ ନିଲାମ ହୋଇଥିଲା । ୧୭ ଟି ତେଲିଆ ବୋରେହି ମାଛର ଦାମ ନିଲାମ ଅନୁସାରେ ୧୮ ଲକ୍ଷ ଟଙ୍କା ହୋଇଥିଲା ।

କିନ୍ତୁ ଜାଲରେ ପଡିଥିବା ମାଛ ଗୁଡିକ ଅଣ୍ଡିରା ପ୍ରଜାତିର ତେଲିଆ ବୋରେହି ହୋଇଥିବାରୁ ଏହାର ମୁଲ୍ୟ ବାହାର ବଜାରରେ କିଲୋପ୍ରତି ୯ ହଜାର ରୁ ୧୦ ହଜାର ହେବ ବୋଲି ଆକଳନ କରାଯାଉଛି । ଯାହାକୁ ନେଇ ଉଭୟ ବୋଟ ର ମାଲିକ ଉକ୍ତ ୧୭ଟି ମାଛକୁ କଲିକତା ର ଦିଘା ନେଇଛନ୍ତି । ଏହି ମାଛର ଅନ୍ତ ଓ ପୁଟ୍ଟି କୁ ମେଡିସିନ ପାଇଁ ବ୍ୟବହାର କରାଯାଇଥାଏ । ଏବଂ ବିଦେଶରେ ଏହି ମାଛ ପୁଟ୍ଟି ର ଚାହିଦା ଢେର ଅଧିକ ରହିଛି । ଦିଘା ବଜାରରେ ଏହି ୧୭ ଟି ମାଛର ମୁଲ୍ୟ ପାଖାପାଖି ୨୮ ରୁ ୩୦ ଲକ୍ଷ ହେବ ବୋଲି ଆକଳନ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *