Pratidin TV

Odisha's Digital News Platform

ମନ୍ତ୍ର କାମ ନଦେବାରୁ ,ତାନ୍ତ୍ରୀକ ବେକକୁ କାଟି ହତ୍ୟା କଲେ ଯୁବକ

1 min read

ଭୁୁବନେଶ୍ୱର : ଯୁଗର ପରିବର୍ତ୍ତନ ସହ ଲୋକମାନେ ମଧ୍ୟ ନିଜର ରଙ୍ଗ,ଢଙ୍ଗ,ଚାଲିଚଳନ ଏବଂ ସୋଭାବକୁ ସମୟ ସହ ପରିବର୍ତ୍ତନ କରିଦେଉଛନ୍ତି । ତେବେ ଏପରି ମର୍ଡନ ଯୁଗରେ ମଧ୍ୟ ଅନେକ ସ୍ଥାନରେ ଅନ୍ଧବିଶ୍ୱସକୁ କେନ୍ଦ୍ର କରି ବଳି ପଡୁଛନ୍ତି ନିରିହ ଲୋକେ । ସହରରୁ ଏସବୁର ବିଲୁପ୍ତି ଘଟିଯାଇଥିଲେ ସୁଦ୍ଧା ଗ୍ରାମାଞ୍ଚଳ ମାନଙ୍କରୁ ହଟିପାରିନି ଏହି ବିଶ୍ୱାସ,ଅନ୍ଧବିଶ୍ୱାସ,ଗୁଣିଗାରେଡି ଏବଂ ତାନ୍ତ୍ରୀକ ପ୍ରଥା ।

ସେହିପରି ଏହି ତନ୍ତ୍ର ବିଦ୍ୟାକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲାରେ । ଗାଁର ଜଣେ ତାନ୍ତ୍ରୀକ ବେକକୁ ହାଣି ହତ୍ୟା କରିଛି ଯୁବକ । ସୂଚନା ଅନୁଯାୟୀ ଘଟଣାଟି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁର । ଉକ୍ତ ଗ୍ରାମର ଜଣେ ଯୁବକଙ୍କ ସ୍ତ୍ରୀ ତାଙ୍କୁ ଛାଡି ବାପଘର ପଳାଇଥିଲେ । ଏବଂ ଅନେକଲ ଦିନ ଧରି ନଫେରି ସେଠାରେ ହିଁ ରହୁଛନ୍ତି । ତେବେ ସ୍ତ୍ରୀକୁ ଫେରାଇ ଆଣିବାକୁ ଜଣେ ତାନ୍ତ୍ରୀକର ସହଯୋଗ ନେଇଥିଲେ ଯୁବକ । ତାନ୍ତ୍ରୀକ ଜଣକ ନିଜର ମନ୍ତ୍ର ବଳରେ ଉକ୍ତ ଯୁବକଙ୍କ ସ୍ତ୍ରୀକୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ଯୁବକ ଜଣଙ୍କ ପାଖରୁ ମଧ୍ୟ ମୋଟା ଅଙ୍କର ଟଙ୍କା ନେଇଥିଲେ ସେ । କିନ୍ତୁ ଅନେକ ମନ୍ତ୍ର ତନ୍ତ୍ର, ପୂଜା ପାଠ କରିସାରିଲା ପରେ ମଧ୍ୟ ଯୁବକ ଜଣକଙ୍କର ସ୍ତ୍ରୀ ଫେରିକି ଆସିନଥିଲେ ।

Advertisement

ତେବେ ଆଜି ତାନ୍ତ୍ରୀକ ଜଣଙ୍କ ପୁଣି ଟଙ୍କା ମାଗିବାକୁ ଯୁବକଙ୍କ ନିକଟକୁ ଆସିଥିଲେ । ଯୁବକ ଜଣଙ୍କ ତାନ୍ତ୍ରୀକଙ୍କ ମନ୍ତ୍ର କାମ ନଦେବା ନେଇ ପୂର୍ବରୁ ରାଗରେ ଥିଲେ , ସେହି ସମୟରେ ତାନ୍ତ୍ରୀକ ଜଣଙ୍କ ପୁନଶ୍ଚ ଟଙ୍କା ମାଗିବାରୁ ଏକ ଧାରୁଆ ଅସ୍ତ୍ରରେ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଯାହାଦ୍ୱରା ଘଟଣା ସ୍ଥଳରେ ହିଁ ତାନ୍ତ୍ରୀକ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଯୁବକ ଜଣଙ୍କ ନିଜେ ଆସି ପୋଲିସ ଥାନାରେ ଆତ୍ମସର୍ମପଣ କରିଥିଲେ ।

Leave a Reply

Your email address will not be published. Required fields are marked *