Pratidin TV

Odisha's Digital News Platform

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବନବିଭାଗ ..

1 min read

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ଏଥିରେ ଲାଗି ପାରୁନି ବ୍ରେକ୍ । ନିଆଁ ଏ ସ୍ଥାନରୁ ସେ ସ୍ଥାନକୁ ଡେଉଁଛି । ନିଆଁର ଆଁ ଭିତରେ ବୁରୁଡି ଜଙ୍ଗଲ । ଜଳୁଛି ଜଙ୍ଗଲ ସଙ୍କଟର ବନ୍ୟଜନ୍ତୁ । କେନ୍ଦ୍ର ସରକାର ହେଉବା ରାଜ୍ୟ ସରକାର ଜଙ୍ଗଲରେ ନିଆଁ ଲିଭିଇବା ପାଇଁ କୋଟି କୋଟି ଟଙ୍କା ଦେଉଥିବା ବେଳେ ଏଠି ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ବା ଅବେଳା ଯୋଗୁଁ ନିଆଁ ହୁତୁ ହୋଇ ଜଳୁଛି । ଜଙ୍ଗଲ ପୋଡ଼ିର ଏହି ଦୃଶ୍ୟ ହେଉଛି ନଳାଘାଟ ସେକ୍ସନ ବିରିକୋଟ ବିଟ ନିକଟସ୍ଥ ବୁରୁଡି ଜଙ୍ଗଲ ଦେଖିବାକୁ ମିଳିଛି ।

ଜଙ୍ଗଲ ନିଆଁ ରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧିୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି । ସେପଟେ ବନ୍ୟଜନ୍ତୁ ମଧ୍ୟ ସଂଙ୍କଟରେ । ଏପଟେ ବନବିଭାଗ ନିଆଁକୁ ଆୟତ୍ତ କରିବା ବଦଳରେ ହାତଗୋଡ ଯୋଡି ନିରବରେ ବସିଛି । ତେବେ ଏହି ଖବର ପ୍ରସାରଣ ପରେ କେବେ ନିଦ ଭାଙ୍ଗିବ ବନବିଭାଗର ତାହା ଦେଖିବାକୁ ବାକି ରହିଲା ।

Advertisement

Leave a Reply

Your email address will not be published. Required fields are marked *