Pratidin TV

Odisha's Digital News Platform

ବିଜେଡିରେ ସାମିଲ ହେବା ପରେ , ବିଜେପିର ଗୁମର ଖୋଲିଲେ ଲେଖାଶ୍ରୀ ସାମନ୍ତ ସିଂହାର ..

1 min read

ବିଜେଡିରେ ସାମିଲ ହୋଇ ବିଜେପିର ଗୁମର ଖୋଲିଲେ ବିଜେପରି ପୂର୍ବତନ ଉପସଭାପତି ଲେଖାଶ୍ରୀ ସାମନ୍ତ ସିଂହାର । କହିଛନ୍ତି ଯେ, ବିଜେପି ଦଳରେ ନେତାମାନଙ୍କ ମଧ୍ୟରେ ଜାଗିର ପାଇଁ ଚାଲିଛି ଲଢେଇ । ନେତାଙ୍କ ଲଢେଇରେ କାମ କରିବାର ସୁଯୋଗ ନପାଇ ପେଶି ହେଉଛନ୍ତି କର୍ମୀମାନେ । କେନ୍ଦ୍ରୀୟ ନେତୃତ୍ୱକୁ ରାଜ୍ୟ ବିଜେପି ନେତାମାନେ ମିଛ କହୁଛନ୍ତି ଓ ଅନ୍ଧାରରେ ରଖି ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ।

ରାଜ୍ୟ ବିଜେପିରେ ଓଡିଶାରେ କ୍ଷମତାକୁ ଆସିବାକୁ କିମ୍ବା ସରକାର ଗଠନ କରିବାକୁ କୌଣସି ରୋଡମ୍ୟାପ ନାହିଁ କି ଏଜେଣ୍ଡା ନାହିଁ । କେନ୍ଦ୍ର ବିଜେପି ନେତାମାନେ ଦେଉଥିବା ପରାମର୍ଶକୁ ମାନୁନାହାଁନ୍ତି ରାଜ୍ୟ ବିଜେପି ନେତାମାନେ । ରାଜ୍ୟ ବିଜେପିର କିଛି ମୁଷ୍ଟିମେୟ ନେତା ନିଜ ନିଜ ମଧ୍ୟରେ କିଛି କିଛି ଲୋକସଭା ଓ ବିଧାନସଭା କ୍ଷେତ୍ର ବାଣ୍ଟିନେଇ ମନମୁଖୀ କାମ କରୁଛନ୍ତି । ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ନେବା ପରେ ଏଭଳି ସ୍ଥିତି ଅଧିକ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *