Pratidin TV

Odisha's Digital News Platform

ଇସ୍ତଫା ଦେଲେ Paytm ପେମେଣ୍ଟ ବ୍ୟାଙ୍କ ସିଇଓ ସୁରିନ୍ଦର ଚାୱାଲା

1 min read

Paytm କମ୍ପାନୀର ସଙ୍କଟ ଏପର୍ଯ୍ୟନ୍ତ ସରୁନଥିବା ଦେଖାଯାଉଛି | ଜଣକ ପରେ ଜଣେ ଇସ୍ତଫା ଦେବାରେ ଲାଗିଛନ୍ତି | ଏହା ମଧ୍ୟରେ Paytm ପେମେଣ୍ଟସ ବ୍ୟାଙ୍କର ସିଇଓ ଓ ଏମଡି ପଦରୁ ଇସ୍ତଫା ଦେଇଛନ୍ତି ସୁରିନ୍ଦର ଚାୱାଲା।ତେବେ ଗତକାଲି ପେଟିଏମ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା | ତେବେ ଏପ୍ରିଲ ୮ ତାରିଖ ଦିନ ପଦରୁ ନେଇଛନି ଇସ୍ତଫା |ସେୟାର ବଜାର ବନ୍ଦ ହେବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଥିଲା | ତେବେ କମ୍ପାନୀ କହିଛି ଯେ ଜୁନ ୨୬ ତାରିଖରେ ଏହି ଇସ୍ତଫାକୁ କାର୍ଯ୍ୟକାରୀ କରିବ | ତେବେ ସୁରିନ୍ଦର ଚାୱାଲାଙ୍କ ପରେ ସ୍ଥାନ କିଏ ନେବା ତାହା Paytm ପକ୍ଷରୀ ସୂଚନା ମିଳିନାହିଁ |

ଏହାପୂର୍ବରୁ ପେଟିଏମର ଟପ୍‌ ବସ୍‌ ବିଜୟ ଶେଖର ଶର୍ମା ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ଛାଡ଼ିଥିଲେ। ପେଟିଏମ ଉପରେ ଆରବିଆ କଟକଣା ଲଗାଇବା ସହ ଏହାର ୱାଲେଟ ବ୍ୟବସ୍ଥାକୁ ବନ୍ଦ କରି ଦେଇଛି। ଏବେ କେବଳ ପେଟିଏମ ୟୁପିଆଇ କାର୍ଯ୍ୟକାରୀ ରହିଛି। ଆରବିଆଇ କାର୍ଯ୍ୟାନୁଷ୍ଠାନ ପରେ ଜଣଙ୍କ ପରେ ଜଣେ ବରିଷ୍ଠ ଅଧିକାରୀ କମ୍ପାନୀ ଛାଡ଼ିବାରେ ଲାଗିଛି।

Advertisement

ତେବେ ଆରବିସିଆଇ Paytm କୁ UPI ବ୍ୟବସ୍ଥା ଛଡା ଆଉ ସବୁ ବ୍ୟବସ୍ଥା ବନ୍ଦ କରିବାକୁ ନେଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସମୟ ଦେଇଥିଲା | ଅନ୍ୟପଟେ Paytmର ସେୟାର ଧୀରେ ଧୀରେ ହ୍ରାସ ହେବାରେ ଲାଗିଛି | ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ତଥ୍ୟ ଅନୁଯାୟୀ ଫେବୃଆରୀରେ ପେଟିଏମର ବଜାର ଅଂଶ ୧୧ ପ୍ରତିଶତ ଥିଲା। ମାର୍ଚ୍ଚରେ ଏହା ମାତ୍ର ୯ ପ୍ରତିଶତକୁ ଖସି ଆସିଛି। ଫେବୃଆରୀରେ, କମ୍ପାନୀ ୧.୩ ବିଲିୟନ UPI କାରବାର କରିଥିଲା, ଯାହା ମାର୍ଚ୍ଚରେ ୧.୨ ବିଲିୟନକୁ ଖସି ଆସିଥିଲା। ଜାନୁଆରୀ ୨0୨4 ରେ ଏହି ସଂଖ୍ୟା ୧.4 ବିଲିୟନ ଥିଲା | ରିଜର୍ଭ ବ୍ୟାଙ୍କ ଦ୍ୱାରା ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏହି ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି।

ଏବେ ସଂସ୍ଥା ଥାର୍ଡ ପାର୍ଟି ଦ୍ୱାରା ତା’ର ୟୁପିଆଇ ସେବାକୁ ଚାଲୁ ରଖିଛି। ଆକ୍ସସ, ଏଚଡିଏଫସି, ଷ୍ଟେଟ ବ୍ୟାଙ୍କ ଓ ୟେସ ବ୍ୟାଙ୍କ ପକ୍ଷରୁ ୟୁପିଆଇ ବ୍ୟବସ୍ଥା ପେଟିଏମରେ ଚାଲୁଛି। ତଥାପି ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମର ଶେୟାର ମୂଲ୍ୟ ପ୍ରାୟ ୫୦% ଖସି ଯାଇଛି।

Leave a Reply

Your email address will not be published. Required fields are marked *