ମହମ୍ମଦ ମୋକିମଙ୍କୁ ଲାଗିଲା ହାଇକୋର୍ଟର ବଡ଼ ଝଟକା , ତିନିବର୍ଷ କାରାଦଣ୍ଡ କାଏମ..
1 min readମହମ୍ମଦ ମୋକିମ୍ଙ୍କୁ ଲାଗିଲା ହାଇକୋର୍ଟ ଝଟକା । ମହମ୍ମଦ ମୋକିମଙ୍କ ଆବେଦନକୁ ଖାରଜ କରିଦେଲେ କୋର୍ଟ । ନିମ୍ନ ଅଦାଲତର ରାୟକୁ କାଏମ ରଖିଲେ କୋର୍ଟ । ଙଐଜଊଉ ଋଣ ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ କାଏମ୍ ରଖିଲେ ଉଚ୍ଚ ନ୍ୟାୟାଳୟ । ମୋକିମଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଭିଜିଲାନ୍ସ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୋକିମ । ଙଐଜଊଉ ଋଣ ଦୁର୍ନୀତି ମାମଲାରେ ମୋକିମ୍ ଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ ।
ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୨୦୨୨ ଅକ୍ଟୋବର ମାସରେ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହମ୍ମଦ ମୋକିମ । ପୂର୍ବରୁ ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ ହାଇକୋର୍ଟ ମାମଲାର ଶୁଣାଣି କରି ମୋକିମ ଙ୍କୁ ଜାମିନ ପ୍ରଦାନ କରିଥିଲେ । ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ସେ ଜାମିନ ଯାଇ ପାରିବେ ବୋଲି ସର୍ତ୍ତ ରଖିଥିଲେ ହାଇକୋର୍ଟ ।ସେହିପରି ଜରିମାନା ଆଦାୟ ଉପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ନିମ୍ନ ଅଦାଲତଙ୍କ ରାୟ ଅନୁସାରେ ମୋକିମ୍ଙ୍କୁ ତିନିବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ହେବ ।
ଏହା କେବଳ ମୋକିମଙ୍କୁ ନୁହେଁ, କଂଗ୍ରେସ ଦଳ ପାଇଁ ମଧ୍ୟ ଏକ ଝଟକା ହେବ । କାରଣ କଟକ ବାରବାଟୀ ବିଧାନସଭା ଆସନରେ ୨୦୧୯ ନିର୍ବାଚନରେ ମୋକିମ୍ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ । ଏକମାତ୍ର କଂଗ୍ରେସ ବିଧାୟକ ଭାବେ ଉପକୂଳ ଓଡ଼ିଶାରେ ନାଁ ରଖିଥିଲେ । ନିଜର ଲୋକସମ୍ପର୍କ ଲାଗି ପରିଚିତ ଥିବା ମୋକିମଙ୍କ ଆସନରୁ ଏବେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।