Pratidin TV

Odisha's Digital News Platform

ନବରାତ୍ରୀର ଭକ୍ତିରେ ଲୀନ ହୋଇଗଲେ ପାଣ୍ଡ୍ୟା ବ୍ରଦର୍ସ , ଗାଇଲେ ହରେକୃଷ୍ଣ ହରେ ରାମ ..

1 min read

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଲଗାତର ତିନଟି ମ୍ୟାଚ ହାରି କେବଳ ଗୋଟିଏ ମ୍ୟାଚ ଜିତିଛନ୍ତି । ଲଗାତାର ମ୍ୟାଚ ହାରିବା ପରେ ଟ୍ରୋଲିଂରେ ଶିକାର ହୋଇଥିଲେ ପାଣ୍ଡ୍ୟା ।ଏହାପରେ ଲଗାତାର ପରାଜୟକୁ ନେଇ ଚାପ ବଢ଼ୁଥିବାରୁ ପାଣ୍ଡ୍ୟା ମହାକାଳଙ୍କ ଶରଣପଶିଥିଲେ । ପାଣ୍ଡ୍ୟା ଗୁଜରାଟର ପ୍ରଭାସ ପାଟନରେ ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପହଞ୍ଚିଥିଲେ ।ନିଜ ଖୁଲମଖୁଲା ଅନ୍ଦାଜ ଏବଂ ଟାଟୁ ଚିହ୍ନିତ ବଡି ଦେଖାଇ କ୍ୟାମେରା ଆଗକୁ ଆସୁଥିବା ହାର୍ଦ୍ଦିକ ଙ୍କୁ ସାଧାସିଧା ଲୁକରେ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଥିଲା । ପୂଜାର୍ଚ୍ଚନା କରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ ଜିତିଥିଲା ମୁମ୍ବାଇ । ଏବେ ପୁଣି ଥରେ ଭିନ୍ନ ଏକ ଅନ୍ଦାଜରେ ନଜର ଆସିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

ହାର୍ଦ୍ଦିକ ଭାଇ କ୍ରୁଣାଲ ପାଣ୍ଡ୍ରାଙ୍କ ସହିତ ଭଜନ ଗାଉଥିବା ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ମୁମ୍ବାଇ ଇଣ୍ଡିଆନ୍ସ ନିଜର ଆଗାମୀ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଖେଳିବ । ଏହି ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଘରେ ସଂକୀର୍ତ୍ତନର ଆୟୋଜନ କରିଛନ୍ତି । ଲକ୍ଷ୍ନୌ ସୁପର ଜିଆଣ୍ଟସର ଷ୍ଟାର ଅଲରାଉଣ୍ଡର କ୍ରୁଣାଲ ପାଣ୍ଡ୍ୟା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଗ୍ରେଟଫୁଲ’ କ୍ୟାପସନ ସହ ଭିଡିଓ ପୋଷ୍ଟ କରିଛନ୍ତି ।ଏହି ଭିଡିଓରେ ହାର୍ଦ୍ଦିକ ଏବଂ କ୍ରୁଣାଲ ‘ହରେ କୃଷ୍ଣ ହରେ ରାମା’ ଭଜନ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

Leave a Reply

Your email address will not be published. Required fields are marked *