Pratidin TV

Odisha's Digital News Platform

ଯେମିତି କର୍ମ ସେମିତି ଫଳ……କମ୍ପାନୀରେ ଠକିଥିଲେ ୧.0୮ କୋଟି, ଲୁଟିନେଲେ ସାଇବର ଠକେଇ

1 min read

ଶୁଣିଥିବେ, ଯେମିତି କର୍ମ ସେମିତି ଫଳ | ସେହିପରି ଜଣେ ବ୍ୟକ୍ତି ସମାନ ଫଳାଫଳ ପାଇଛନ୍ତି | ବାସ୍ତବରେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଆକାଉଂଟଣ୍ଟ ଭାବରେ କାମ କରୁଥିବା ବ୍ୟକ୍ତିଙ୍କ ସହ ସମାନ ଘଟ୍ଟନ ଗହାଇଛି | ଏହି ବ୍ୟକ୍ତି ୧.0୮ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା |

ଏହାପରେ ସେ ଏହି ସମସ୍ତ ଟଙ୍କା ନିଜ ନାଁ ରେ କରିବା ପରେ ଏକ ବୀମା ଯୋଜନାରେ ବିନିଯୋଗ କରିଦେଇଥିଲେ | କିନ୍ତୁ ସେ ଜାଣି ନଥିଲେ ଯେ ସେ ବୀମା ବିନିଯୋଗ ଯେଉଁଥିରେ କରୁଥିଲେ ପ୍ରକୃତରେ ତାହା ଏକ ସାଇବର ଜାଲିଆତି ଅଟେ |

Advertisement

ତେବେ ଦୀର୍ଘ ବର୍ଷ ଧରି ମୁମ୍ବାଇର ଗୋଟେ କମ୍ପାନୀରେ କାମ କରୁଥିବା ବ୍ୟକ୍ତି, କମ୍ପନିର ମାଲିକ ଏବଂ ବୋର୍ଡ ସଦସ୍ୟଙ୍କ ବିଶ୍ୱାସ ଜିତିଥିଲେ | ଏହାପରେ ସେ ବ୍ୟାଙ୍କିଂ କାରବାର ପାଇଁ OTP ର ଅଥରିଟି ପାଇଯାଇଥିଲେ | ତେବେ ସେ ୧.୦୮କୋଟି ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା। ପରେ ସମସ୍ତ ଟଙ୍କା ଏକ ବୀମା ଯୋଜନାରେ ବିନିଯୋଗ କରିଥିଲେ । ତେବେ ସେ ଯେଉଁସଂସ୍ଥାରେ ଏହି ଟଙ୍କା ବିନିଯୋଗ କରିଥିଲେ, ଜାଣି ନଥିଲେ ଯେ ଏହା ଏକ ଠକ ସଂସ୍ଥା।

ତେବେ ଚାର୍ଜ ସିଟ ରିପୋର୍ଟ ଅନୁସାରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ବିଭିନ୍ନ କାରବାର ମାଧ୍ୟମରେ କମ୍ପାନୀ ବ୍ୟାଙ୍କ ଆକାଉଣ୍ଟରୁ ୧.୦୮କୋଟି ଉଠାଇଥିଲା | ପରେ ୧.୦୮କୋଟି ଟଙ୍କା ଠକେଇ ହୋଇଥିବା ଏକ ରିପୋର୍ଟ ଦେଇଥିଲେ। ଏହି ଠକେଇ ୨୦୧୬ରୁ ୨୦୨୩ ମଧ୍ୟରେ ହୋଇଥିଲା ​​।

ତେବେ ଗିରଫ ହେବା ଆରେ ବ୍ୟକ୍ତି ଜଣକ ଅଭିଯୋଗକୁ ସ୍ୱୀକାର କରିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୧ ମସିହାରେ ସେ 4 ଜଣଙ୍କ ଠାରୁ କଲ ପାଇଥିଲେ ଯେଉଁମାନେ ଦାବି କରିଥିଲେ ଯେ ସେମାନେ ତାଙ୍କ ଟଙ୍କା ୨ ଗୁଣ କରିବେ | ଏହାପରେ ସେ ଏଥିରେ କମ୍ପାନୀର ଟଙ୍କା ବିନିଯୋଗ କରିଥିଲେ | ବିଭିନ୍ନ ପେମେଣ୍ଟ ନାଁରେ ଅଭିଯୁକ୍ତ ଏହି ରାଶି ଉଠାଇଥିଲେ, ଯେଉଁଥିରେ ଆୟକର ଏବଂ ଜିଏସ୍ଟି ଆଦି ଅନ୍ତର୍ଭୁକ୍ତ । ତେବେ ଶେଷରେ ଠକି ଥିବା ସବୁ ଟଙ୍କା ସେଇ ଠକେଇରେ ହିଁ ଚାଲିଗଲା।

Leave a Reply

Your email address will not be published. Required fields are marked *