ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁଙ୍କ ହାତ, ଓଢଣୀ କହିବ ସତ
1 min readଭୁବନେଶ୍ୱର : ଗତ ମଙ୍ଗଳବାର ଶାସ୍ତ୍ରୀନଗର ଅଞ୍ଚଳରେ ଶୁଭଶ୍ରୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ମାମଲାଟି ଏବେ ଏକ ଭିନ୍ନ ମୋଡ ନେଇଛି । ସ୍ୱମୀଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ଘଟଣାଟିର ତଦନ୍ତ ଚଳାଇଥିଲା ।
ମୃତ୍ୟୁ ପୂର୍ବରୁ ଶୁଭଶ୍ରୀ ନୟାଗଡର ଜଣେ ଯୁବକଙ୍କୁ ୭ରୁ ୮ ଥର ଫୋନ କରିଥିଲେ । ଏନେଇ ପୋଲିସ ଉକ୍ତ ଯୁବକଙ୍କୁ ସନ୍ଦେହ ଘେରରେ ରଖି ପଚରା ଉଚରା ଚଳାଇଥିଲା । ତେବେ ଆଜି ଶୁଭଶ୍ରୀଙ୍କ ଶବ ବ୍ୟବିଚ୍ଛେଦ ରିପୋର୍ଟରେ ତାଙ୍କ ମୃତ୍ୟୁ ଶ୍ୱାସରୁଦ୍ଧରୁ ହୋଇଥିବା ହୋଇଥିବା ବେଳେ ,ଅନ୍ୟପଟେ ସପୃକ୍ତ ଯୁବକ ଜଣକ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ବୋଲି ଜଣାପଡିଥିଲା । ଏନେଇ ପୋଲିସ ତଦନ୍ତଟିକୁ ଆହୁରି ଶକ୍ତ କରିଦେଇଥିଲା ।
ଯୁବକଜଣଙ୍କର ନାମ ଚିତ୍ତରଞ୍ଜନ ତାଙ୍କୁ ସୁଭଶ୍ରୀଙ୍କ ସ୍ୱାମୀ ମଧ୍ୟ ପୂର୍ବରୁ ଜାଣିଥିଲେ । ଏନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା ।ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ପରେ ଚିତ୍ତରଞ୍ଜନ ଶୁଭଶ୍ରୀଙ୍କ ଏକ ଓଢଣୀ/ଚୁନ୍ନି କୁ ଖୋର୍ଦ୍ଧାର ବରୁଣେଇ ପାହାଡ ବାଇପାସ୍ର ଏକ ସ୍ଥାନରେ ଦିଆସିଲି ସହ ଲୁଚାଇଥିଲେ । ଯାହାକୁ ସେ ପରେ ପୋଡିଦେବାକୁ ଯୋଜନା କରିଥିଲେ । ତାହା ଆଜି ପୋଲିସର ତନାଘନା ତଦନ୍ତ ପରେ ଠାବ କରିପାରିଛି ପୋଲିସ ।
ତେବେ କଣ ପାଇଁ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଚିତ୍ତରଞ୍ଜନ । ଶୁଭଶ୍ରୀ କାହିଂକି ମୃତ୍ୟୁ ପୂର୍ବରୁ ଫୋନ କରିଥିଲେ ତାଙ୍କୁ ? ଏସବୁ ପ୍ରଶ୍ନର ଉତ୍ତର ପୋଲିସ ଆଗରେ ବଖାଣି ସାରିଛନ୍ତି ଚିତ୍ତରଞ୍ଜନ । ଯେଉଁଥିପାଇଁ ଆଜି ପୋଲିସ ଚିତ୍ତରଞ୍ଜନଙ୍କୁ ଗିରଫ୍ କରିବା ସହ ଗଣମାଧ୍ୟମ ଆଗକୁ ଆଣିଛି । ତେବେ ଖୁବ୍ ଶ୍ରୀଘ୍ର ପୋଲିସ ସମ୍ପୂର୍ଣ୍ଣ ମାମଲାଟିକୁ ସମସ୍ତଙ୍କ ସାମ୍ନାକୁ ଆଣିବ ବୋଲି ଆଶାକରାଯାଉଛି ।