Pratidin TV

Odisha's Digital News Platform

ନିର୍ବାଚନ ପ୍ରଚାର କରୁ କରୁ ଯୁବତୀଙ୍କୁ କିସ୍ କରିଦେଲେ ପ୍ରାର୍ଥୀ , ଭାଇରଲ ହେଉଛି ଫଟୋ ..

1 min read

ଆଉ ମାତ୍ର କିଛି ଦିନର ଅପେକ୍ଷା । ଆରମ୍ଭ ହେବାକୁ ଯାଉଛି ନିର୍ବାଚନ । ନିର୍ବାଚନ ଯେତେ ପାଖଉଛି, ସେତେ ଉଷ୍ମ ହେଉଛି ରାଜନୈତିକ ପାଣିପାଗ । ଗ୍ରାଉଣ୍ଡରେ ତତ୍ପର ନେତା । ଚାଲିଛି ପଦଯାତ୍ରା, ରୋଡ୍ ସୋ ଓ କର୍ମୀ ସମ୍ମିଳନୀ । କିଏ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରୁଛି ତ ଆଉ କିଏ ପୁରୁଣା, ପୁରୁଖା ନେତାଙ୍କୁ ଭେଟି କରୁଛି ରଣନୀତି । ଗାଁ ଗାଁ ଜମିଲାଣି ନିର୍ବାଚନୀ ପ୍ରଚାର । ଏହାସହ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀମାନେ ଆପଣଉଛନ୍ତି ନୂଆ ନୂଆ ଫଣ୍ଡା । ନୂଆ ନୂଆ ଫଣ୍ଡା । କିଏ କେଉଁ ଢ଼ଙ୍ଗ ଆଉ ରଙ୍ଗରେ କରୁଛନ୍ତି ପ୍ରଚାର । ଏହାରି ସାମ୍ନାକୁ ଆସିଛି ଏମିତି ଏକ ଖବର ।

ଯେଉଁ ଖବରରେ ପ୍ରାର୍ଥୀଙ୍କ କାରନାମା ଦେଖି ଆପଣଙ୍କର ବି ଉଡିଯିବ ହୋସ୍ । ଜଣେ ପ୍ରାର୍ଥୀ ପ୍ରଚାର ବେଳେ ଯୁବତୀଙ୍କୁ କିସ୍ କରିଦେଇଛନ୍ତି । ଯାହାର ଫଟୋ ଏବେ ସୋଶିଆଲ ମିଡଆରେ ଭାଇରଲ ହେଉଛି । ପଶ୍ଚିମବଙ୍ଗର ବିଜେପି ଟିକେଟରୁ ପ୍ରାର୍ଥୀ ହୋଛନ୍ତି ଖଗେନ ମୁର୍ମୁ । ସେ ମାଲଦା ଭତ୍ତର ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି । ତେବେ ନିଜ ନିର୍ବାଚନ ମଣ୍ଡଳି ମାଲଦାର ଚଞ୍ଚଲ ସିହିପୁର ଗାଁରେ ସେ ପ୍ରଚାର କରିବା ବେଳେ ଜଣେ ଯୁବତୀଙ୍କ ଗାଲକୁ ସର୍ବସମ୍ମୁଖରେ କିସ୍ କରିଦେଇଛନ୍ତି । ଯୁବତୀଙ୍କ ବାପା-ମା’ ପାଖରେ ଥିଲେ ମଧ୍ୟ ସେ ଏହାକୁ ଖାତିର କରିନାହାନ୍ତି । ଯାହାର ଫଟୋ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।ଫଟୋ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି ।

Advertisement

ଏହି ଫଟୋକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି ତୃଣମୂଳ କଂଗ୍ରେସ । ଟିଏମସି ଏହାକୁ ବଙ୍ଗୀୟ ସଂସ୍କୃତି ପାଇଁ ଏକ ନିନ୍ଦନୀୟ ଘଟଣା ବୋଲି କହିଛି ।ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ସାଂସଦଙ୍କ ଠାରୁ ଆରମ୍ଭ କରି ବଙ୍ଗୀୟ ମହିଳାଙ୍କ ବିଷୟରେ ଅଶ୍ଳୀଳ ଗୀତ ଗାଇଥିବା ରାଜନେତାଙ୍କ ପର୍ଯ୍ୟନ୍ତ ବିଜେପି ଶିବିରରେ ମହିଳା ବିରୋଧୀ ରାଜନେତାଙ୍କ ପ୍ରିୟତାର ଅଭାବ ନାହିଁ । ଏହିଭଳି ମହିଳାମାନଙ୍କୁ ସମ୍ମାନ ଦେବା ପାଇଁ ମୋଦିଙ୍କ ପରିବାର ଏକତ୍ରିତ ହୋଇଥିଲେ! ସେମାନେ କ୍ଷମତାକୁ ଆସିଲେ କ’ଣ କରିବେ କଳ୍ପନା କରନ୍ତୁ ବୋଲି ପଶ୍ଚିମବଙ୍ଗର ଶାସକ ଦଳ କହିଛି । ସେପଟେ ନିଜ ଉପରେ ପ୍ରଶ୍ନ ଉଠିଥିବାର ଦେଖି ବିଜେପି ପ୍ରାର୍ଥୀ ଖଗେନ ମୁର୍ମୁ କହିଛନ୍ତି ଯେ ଟିଏମସି ତାଙ୍କ ଫଟୋକୁ ବିକୃତ କରୁଛି । ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି । ଉକ୍ତ ଯୁବତୀ ଜଣକ ମୋ ଝିଅ ଭଳି । ଆଉ ନିଜ ଝିଅକୁ ସ୍ନେହରେ କିସ୍ କରିବା ଭୁଲ୍ ନୁହେଁ ବୋଲି ଖଗେନ ମୁର୍ମୁ କହିଛନ୍ତି ।

Leave a Reply

Your email address will not be published. Required fields are marked *