Pratidin TV

Odisha's Digital News Platform

ସମାଜବାଦୀ ପାର୍ଟି ଜାରି କଲେ ଇସ୍ତାହାର ପତ୍ର……କ୍ଷମତାକୁ ଆସିଲେ ‘ଗହମ ବଦଳରେ ମିଳିବ ଅଟା’,’ଝିଅଙ୍କୁ ମିଳିବ ମାଗଣା ଶିକ୍ଷା’

1 min read

ଉତ୍ତରପ୍ରଦେଶରେ ବିରୋଧୀ ଦଳର ନେତୃତ୍ୱ ନେଉଥିବା ସମାଜବାଦୀ ପାର୍ଟି ଲୋକସଭା ନିର୍ବାଚନ ପାଇଁ ନିଜର ମନୋବୃତି ପ୍ରକାଶ କରିଛନ୍ତି | ନିର୍ବାଚନ ଇସ୍ତାହାର ପ୍ରକାଶ କଲାବେଳେ SP ମୁଖ୍ୟ ଅଖିଲେଶ ଯାଦବ ଅଟା ଏବଂ ଡାଟା ଅଧିକାର ବିଷୟରେ କହିଥିଲେ | ଏବଂ ଶିକ୍ଷା ବିଷୟରେ ମଧ୍ୟ କହିଥିଲେ | କୃଷକ ଠାରୁ ଆରମ୍ଭ କରି ଶ୍ରମିକ ଶ୍ରେଣୀ ପର୍ଯ୍ୟନ୍ତ ସମାଜର ପ୍ରତ୍ୟକ ବିଭାଗକୁ SP ଏହି ନିର୍ବାଚନ ଇସ୍ତାହାର ଦେଇ ପ୍ରଲୋଭନ ଦେଖାଇ ପ୍ରତିଶୃତି ଦେଇଛି |

ଲୋକସଭା ନିର୍ବାଚନ ପାଇଁ ସସମାଜବାଦୀ ପାର୍ଟି ଇସ୍ତାହାର ପତ୍ର ଜାରି କରିଥିଲା | ଦଳ ଘୋଷଣା ପତ୍ରର ନାଁ ରଖ ଯାଇଛି ଭିଜନ ଡକ୍ୟୁମେଣ୍ଟ | ତେବେ ତାଙ୍କର ପ୍ରତିଶୃତିଗୁଡିକ ହେଉଛି :

Advertisement

– ତେବେ ଦଳ କହିଛନ୍ତି କ୍ଷମତାକୁ ଆସିଲେ ଗହମ ବଦଳରେ ମିଳିବ ଅଟା |
-ଏବଂ ରାସନକାର୍ଡଧାରୀଙ୍କ ମାସକୁ ୫ଶହ ଟଙ୍କାର ମାଗଣା ମୋବାଇଲ ଡାଟା ମିଳିବ |
-ଶ୍ରମିକଙ୍କୁ ଦୈନିକ ପାରିଶ୍ରମିକ 4୫0 ଟଙ୍କା ଦିଆଯିବ |
-ସମସ୍ତ ଖାଲି ପଡିଥିବା ସରକାରୀ ପଦବୀ ପୁରା କରାଯିବ |
-ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ଲାପଟପ |
-ପୋଲସ ସମେତ ସମସ୍ତ ସରକାରୀ ବିଭାଗରେ ଚାକିରୀ କରୁଥିବା ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ
-ଦରିଦ୍ର ସୀମାରେଖା ତଳେ ରହୁଥିବା ପରିବାରର ମହିଳାଙ୍କୁ ମାସିକ ୩ ହଜାର ଟଙ୍କାରେ ପର୍ଯ୍ୟନ୍ତ ପେନସନ ପ୍ରଦାନ କରାଯିବ
-୨0୨୫ ସୁଦ୍ଧା ଜାତି ଭିତ୍ତିକ ଜନଗଣନା କରାଯିବ |
-ବେକାରୀ ସମସ୍ୟା ଦୂର କରାଯିବ |
-କେଜିରୁ ପିଜି ପର୍ଯ୍ୟନ୍ତ ଝିଅଙ୍କୁ ମାଗଣା ଶିକ୍ଷା |
-କାର୍ଯ୍ୟ ଦିବସ ବୃଦ୍ଧି |

Leave a Reply

Your email address will not be published. Required fields are marked *