ବେଆଇନ ଗୋରୁ ଚାଲାଣକୁ ରୋକି , ଆକ୍ରମଣର ଶିକାର ହେଲେ ସାମାଜିକ କର୍ମୀ ସୁଭାଶିଷ ଷଡଙ୍ଗୀ
1 min readକେନ୍ଦ୍ରାପଡା : ଏଠି ସତ୍ୟ ଉପରୁ ଯିଏ ପରଦା ଉଠେଇବାକୁ ଚାହିଁଲା ତାକୁ ଭୟ ଦେଖାଇ ନଚେତ୍ ମାଡ ମାରି ରୋକି ଦିଆଗଲା । ବାରମ୍ବାର କ୍ଷତାକ୍ତ ବା ଆକ୍ରମଣର ଶିକାର ହୋଇ ସୁଦ୍ଧା ହାର ମାନିନାହାନ୍ତି କେନ୍ଦ୍ରାପଡା (ଆଳି)ର ସାମାଜିକ କର୍ମୀ ସୁଭାଶିଷ ଷଡଙ୍ଗୀ । କେନ୍ଦ୍ରାପଡା ଆଳିରେ ହେଉଥିବା ବେଆଇନ ଗୋରୁଚାଲାଣକୁ ରୋକିବାକୁ ଅନେକଥର ପ୍ରୟାଶ କରିଛନ୍ତି ସୁଭାଶିଷ । ଏସବୁ କ୍ଷେତ୍ରରେ ନାଁ ଦେଖିବାକୁ ମିଳିଛି ପ୍ରଶାସନର କୌଣସି ପଦକ୍ଷେପ ନା ପୋଲସର କୌଣସି ତଦନ୍ତ । ଦିନକୁ ଦିନ ଏହି ସମସ୍ୟାଟି ଅବହେଳିତ ହେବାରୁ କେନ୍ଦ୍ରାପଡାରେ ବୃଦ୍ଧି ପାଉଛି ଦୂର୍ବୁତ ମାନଙ୍କ ଦୁର୍ସାହସ ।
ଗତକାଲି ରାତିରେ ପୁଣି ସେହିପରି ବେଇଆଇନ ଗୋରୁ ଚାଲାଣକୁ ରୋକିଥିଲେ ସୁଭାଶିଷ । ଏହାସହ ପୋଲିସ କର୍ମୀଙ୍କୁ ମଧ୍ୟ ସୂଚନା ଦେଇଥିଲେ । ପୋଲିସ ପହଞ୍ଚିବା ଡେରିହୋଇଥିବାରୁ ସୁଭାଶିଷଙ୍କୁ ଏକୁଟିଆ ଦେଖି ଗୋରୁଚାଲଣରେ ସାମିଲ ଥିବା ୪ ଜଣ ବ୍ୟକ୍ତି ତାଙ୍କ ଫୋନ ଛଡାଇ ନେଇଯିବା ସହ ନିର୍ଧୁମ ପିଟିଥିଲେ । ଯାହାଫଳରେ ସୁଭାଶିଷଙ୍କ ଗୋଡ ଓ ପିଠିରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ଆଳି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ ସୁଧାର ନଅସିବାରୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସୁଭାଶୁିଷ ଗାଡିର ନଂ ସହ ସେହି ୪ ଜଣ ର୍ଦୁବୁତ୍ତ ମାନଙ୍କ ଚେହେରା କହିଥିଲେ ମଧ୍ୟ ଏଯାଏ ଆଳି ପୋଲିସ କୌଣସି ପ୍ରକାରର ପଦକ୍ଷେପ ନେଇନାହିଁ ।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ , କେନ୍ଦ୍ରାପଡା ପ୍ରଶାସନ କରୁଛି କଣ? ଏତେ ବଡ ରାକେଟ କୁ କାହିଁକି ଧରାପକେଇପାରୁନି ପୋଲିସ ? ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଅଞ୍ଚଳରେ ଆଇନର ଏପରି ଅବହେଳା କଣ ପାଇଁ ? ଜିଲ୍ଲାପାଳ ଅମିତ ଋତୁରାଜ କରୁଛନ୍ତି କଣ ? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସାଧାରଣ ଲୋକଙ୍କ ମୁହଁରେ ।
ଜଣେ ସାମାଜିକ କର୍ମୀ ହୋଇ ସୁଭାଶିଷ ଜଦି ବେଆଇନ ଗୋରୁ ଚାଲାଣକୁ ରୋକି ପାରୁଛନ୍ତି । ତେବେ ପୋଲିସ ମାନଙ୍କ ପାଇଁ ଏହା ତ ବାମ ହାତର ଖେଳ ହେବା କଥା । ତେବେ କଣ ପାଇଁ ସବୁ ଚୁପ୍ ବସିଛନ୍ତି ? ନାଏହି ଗୋରୁ ଚାଲାଣରେ ସାମିଲ ଅଛି କେଉଁ ବଡ ରାଜନିତର ହାତ ? ଯାହା ପାଇଁ ପୁରା ପ୍ରଶାସନ ସବୁ ଜାଣି ମଧ୍ୟ ହାତଉପରେ ହାତ ପକେଇ ଚୁପ୍ ବସିଛି ।