Pratidin TV

Odisha's Digital News Platform

ଜାଣନ୍ତୁ କାହିଁକି ମୁନାୱର ଫାରୁକିଙ୍କ ଉପରେ ହେଲା ଅଣ୍ଡାମାଡ଼..

1 min read

ବିଗ୍‌ବସ୍ ୧୭ର ବିଜେତା ହେବାପରେ ମୁନାୱର ଫାରୁକି ଅଡୁଆରେ ପଡିଛନ୍ତି । ସେ ନିଜର ବ୍ୟକ୍ତିଗତ ଜୀବନ ସହ କର୍ମ ଜୀବନକୁ ନେଇ ବିବାଦରେ ଛନ୍ଦି ହେଉଥିବା ନଜର ଆସୁଛି । ଶୋ’ ରେ ବିଜେତା ହେବା ପରେ ବି ବିବାଦ ତାଙ୍କ ପିଛା ଛାଡ଼ୁନି । କିଛି ଦିନ ପୂର୍ବରୁ ତାଙ୍କୁ ହୁକା ପାର୍ଲରରେ ହୁକା ଧୂମପାନ କରୁଥିବା ଦେଖିବାକୁ ମିଳିଥିଲା, ପରେ ତାଙ୍କୁ ଅଟକ ରଖାଯାଇଥିଲା । ବର୍ତ୍ତମାନ ମୁମ୍ବାଇର ମହମ୍ମଦ ଅଲି ରୋଡରେ ମୁନାୱାର ଫାରୁକି ଏବଂ ଜନସାଧାରଣଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି, ଯେଉଁଥିରେ ହାସ୍ୟ ଅଭିନେତାଙ୍କ ଉପରେ ଅଣ୍ଡା ମାଡ଼ ହୋଇଛି ।


ଅଣ୍ଡା ବର୍ଷା ଆରମ୍ଭ ହେବାପରେ ମୁନାୱାର ଫାରୁକି ମଧ୍ୟ କ୍ରୋଧ ପ୍ରକାଶ କରିଥିଲେ, ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ସୂଚନାନୁଯାୟୀ ବୁଧବାର ଇଦ ଅବସରରେ ମୁନାୱରଙ୍କୁ ଏକ ରେଷ୍ଟୁରାଣ୍ଟ ମାଲିକ ମୀନାରା ମସ୍‌ଜିଦ ଅଞ୍ଚଳରେ ଥିବା ନିଜ ରେଷ୍ଟୁରାଣ୍ଟକୁ ନିମନ୍ତ୍ରଣ କରିଥିଲେ । ହେଲେ ମୁନାୱର ନିକଟରେ ଥିବା ଅନ୍ୟ ଏକ ରେଷ୍ଟୁରାଣ୍ଟକୁ ଚାଲି ଯାଇଥିଲେ । ଏହାକୁ ନେଇ ତାଙ୍କୁ ଅଣ୍ଡାମାଡ଼ ହୋଇଛି । ପରେ ସେଠାରେ ମୁନାୱର ରାଗରେ ନିଆଁବାଣ ହୋଇଥିବା ଦେଖାଯାଉଛି । ଏହି ଘଟଣା ପରେ ଉକ୍ତ ସ୍ଥାନରେ ଲୋକଙ୍କ ଗହଳି ବଢ଼ିଥିଲା । ପରେ ନିମନ୍ତ୍ରଣ କରିଥିବା ରେଷ୍ଟୁରାଣ୍ଟ ମାଲିକ ଏବଂ ତାଙ୍କ ୫ ଜଣ କର୍ମଚାରୀଙ୍କ ଉପରେ ମୁନାୱରଙ୍କ ଉପରେ ଅଣ୍ଡାମାଡ଼ କରିଥିବା ମାମଲା ରୁଜୁ ହୋଇଛି । ପୂର୍ବରୁ ମଧ୍ୟ ମୁନାୱରଙ୍କୁ ହୁକ୍କା ୱାର ପାର୍ଲର ମାମଲାରେ ପୋଲିସ ଅଟକ ରଖିଥିଲା ।

Advertisement

Leave a Reply

Your email address will not be published. Required fields are marked *