Pratidin TV

Odisha's Digital News Platform

ଆସିଲା ନୂଆ ନିୟମ , ଖାକି ବର୍ଦ୍ଦି ଛାଡି ପୋଲିସ ପିନ୍ଧିବେ ଧୋତି-କୁର୍ତ୍ତା..

1 min read

ଆସିଲା ନୂଆ ନିୟମ ଏବେ ଖାକି ବର୍ଦ୍ଦି ଛାଡି ମନ୍ଦିରର ପୂଜାରୀ ମାନଙ୍କ ପରି ଧୋତି-କୁର୍ତ୍ତା ପିନ୍ଧିବେ ପୋଲିସ । ମହିଳା ପୋଲିସ ସାଲୱାର ଏବଂ କୁର୍ତ୍ତା ପିନ୍ଧିବେ । ସୂଚନାଯୋଗ୍ୟଯେ ଉତ୍ତରପ୍ରଦେଶ ସ୍ଥିତ କାଶୀ ବିଶ୍ୱନାଥ ଧାମ ମନ୍ଦିର ସୁରକ୍ଷାରେ ନିୟୋଜିତ ଥିବା ପୋଲିସ କର୍ମାଚାରୀମାନେ ପୂଜାରୀ ମାନଙ୍କ ପରି ପିନ୍ଧିବେ ଧୋତି-କୁର୍ତ୍ତା ।

୨୦୧୮ରେ ମଧ୍ୟ ଏପରି ନିଷ୍ପତି ନିଆଯାଇଥିଲା । ମନ୍ଦିର ଅଧିକାରୀଙ୍କ କହିବା ଅନୁଯାୟୀ, ପୁରୁଷ ସୁରକ୍ଷାକର୍ମୀମାନେ ଧୋତି ଏବଂ କୁର୍ତ୍ତା ପିନ୍ଧିବାବେଳେ ମହିଳା ସୁରକ୍ଷା କର୍ମୀମାନେ ସାଲୱାର ଏବଂ କୁର୍ତ୍ତା ପିନ୍ଧିବେ । ଏହି ବିଶେଷ ପୋଷାକ ପିନ୍ଧିବା ପୂର୍ବରୁ ସେହି ସୁରକ୍ଷାକର୍ମୀ ମାନଙ୍କୁ ତିନିଦିନ ତାଲିମ ନେବାକୁ ପଡିବ ।

Advertisement

ସୂଚନା ଅନୁସାରେ, ଭକ୍ତଙ୍କ ଅନୁଭବତାକୁ ସୁଖମୟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଯାହା ଦ୍ୱାରା ସେମାନଙ୍କ ଭିତରେ ସୁରକ୍ଷା କର୍ମୀଙ୍କ ପୋଷାକକୁ ନେଇ ଥିବା ନକାରାତ୍ମକ ଧାରଣା ଦୂର ହୋଇପାରିବ । ଏହା ବ୍ୟତୀତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ‘ନୋ ଟଚ୍‌’ ପଲିସି ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହରେ ଭକ୍ତଙ୍କ ସୁବିଧା ତଥା ସହଯୋଗ ପାଇଁ ପୁରୋହିତ ପିନ୍ଧୁଥିବା ପୋଷାକ ପରି ପୋଲିସ କର୍ମଚାରୀ ମାନେ ମଧ୍ୟ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ସୁରକ୍ଷା ବିଭାଗର ଡେପୁଟି କମିଶନର ସୂର୍ଯ୍ୟକାନ୍ତ ତ୍ରିପାଠୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତକାଲି ଠାରୁ ଏହି ନିୟମ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *