Pratidin TV

Odisha's Digital News Platform

ସଂପୂର୍ଣ୍ଣ ସୂର୍ଯ୍ୟ ପରାଗ ପାଇଁ , ସ୍ୱାମୀ ଛୁଆଙ୍କ ଜୀବନ ନେଇଗଲେ ମହିଳା ଜ୍ୟୋର୍ତିବିଦ ..

1 min read

ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ପାଇଁ ଛାରଖାର ହୋଇଗଲା ପରିବାର । ସୂର୍ଯ୍ୟପରାଗର ଭୟ ଏମିତି ଘାରିଲା ଯେ ନିଜ ହାତରେ ନେଇଗଲେ ନିଜ ପରିବାର ର ଜୀବନ । ହସ ଖୁସିର ପରିବାର ନିମିଷକେ ମଧ୍ୟରେ ଭାଙ୍ଗିରୁଜି ଛାରଖାର ହୋଇଗଲା । ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ରେ ଏତେ ଭୟଭୀତ ହୋଇଗଲେ ଯେ ନିଜ ପାର୍ଟନର ଓ ପିଲାଙ୍କୁ ବି ଭୁଲିଗଲେ । ଭୟରେ ପାର୍ଟନରଙ୍କୁ ଛୁରୀ ଭୁଷି ଦେଲେ । କେବଳ ସେତିକି ନୁହେଁ ଚଳନ୍ତା କାର୍ ରୁ ନିଜର ଦୁଇ ପିଲାଙ୍କୁ ମଧ୍ୟ ଠେଲି ଦେଲେ । ଏପରି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଆମେରିକାରେ । ଏପ୍ରିଲ୍ ୮ ତାରିଖରେ ସମ୍ପୂଣ୍ଣ ସୂର୍ଯ୍ୟ ପରାଗ ହୋଇଥିଲା ।

ତେବେ ଏହାକୁ ନେଇ ଭୟଭୀତ ହୋଇ ପଡିଥିଲେ ଲସ୍ ଏଞ୍ଜଲିସର ଫେମସ୍ ଇନ୍‌ଫ୍‌ଲୁଏନ୍ସର ତଥା ଜ୍ୟୋର୍ତିବିଦ୍ ଡେନିଏଲ୍ ଜନ୍‌ସନ୍ । ସୋମବାର ସକାଳେ ସେ ନିଜର ଦୁଇ ଝିଅଙ୍କୁ ନେଇ ବାହାରକୁ ଯିବା ପୂର୍ବରୁ ନିଜ ପାର୍ଟନରଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ । ଏହାପରେ ସେ ନିଜର ୯ ବର୍ଷ ଓ ୮ ମାସର ଦୁଇ ଝିଅଙ୍କୁ ଚଳନ୍ତା କାର୍ ରୁ ଠେଲି ଦେଇଥିଲେ । ଏଥିରେ ୮ ମାସର ଛୁଆଟିର ମୃତ୍ୟୁ ହୋଇଥିବା ବେଳେ ୯ ବର୍ଷର ଝିଅଟି ଗୁରୁତର ଅଛି ।

Advertisement

ଝିଅଟିର ହସ୍ପିଟାଲରେ ଚିକିତ୍ସା ଚାଲିଛି ।ଏହି ଘଟଣାର ଅଧଘଣ୍ଟା ପରେ ଏକ ଭୟଙ୍କର କାର୍ ଦୁର୍ଘଟଣା ରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଆସି ଡାନିଏଲଙ୍କ କାର୍ ଏକ ଗଛରେ ପିଟି ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଡାନିଏଲଙ୍କ ଶରୀରରେ ଏକାଧିକ କ୍ଷତ ଲାଗିଥିଲା । ଏପରିକି ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡିଥିଲା । ଡାନିଏଲ୍ ଜନସନ ତାଙ୍କ ୱେବସାଇଟରେ ସାପ୍ତାହିକ ” ବଙ୍କକ୍ସବ ମକ୍ଷରବଦ୍ଭଗ୍ଦସଦ୍ଭଶ”କୁ ନେଇ ଜ୍ଞାନ ବାଣ୍ଟନ୍ତି । କେବଳ ସେତିକି ନୁହେଁ ଜଣେ ଆଷ୍ଟ୍ରୋଲଜର ହୋଇଥିବାରୁ ସେ ରାଶି ମଧ୍ୟ ପଢ଼ନ୍ତି । ସେ କହିଥିଲେ ଯେ ସୋମବାରର ଯେଉଁ ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ହୋଇଥିଲା ତାହା ଆଧ୍ୟାତ୍ମିକ ଯୁଦ୍ଧର ପ୍ରତୀକ ଥିଲା ।


ଏପ୍ରିଲ ୪ ତାରିଖରେ ଡାନିଏଲ୍ ନିଜ ସୋଶିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଥିଲେ, ‘ନିଜକୁ ରକ୍ଷା କର ଓ ନିଜ ହୃଦୟକୁ ଠିକ୍ ସ୍ଥାନରେ ରଖ । ବେଶ୍ ଦ୍ରୁତ ଗତିରେ ଦୁନିଆ ବଦଳୁଛି ଏବଂ ଏପରି ପରିସ୍ଥିତିରେ, ଯଦି ତୁମେ କାହାର ପକ୍ଷ ନେବାକୁ ଚାହୁଁଛ, ତେବେ ତାହା କର, ବର୍ତ୍ତମାନ ସମୟ ଆସିଛି ତୁମ ଜୀବନରେ ଜିନିଷ ଠିକ୍ କରିବା ।’

Leave a Reply

Your email address will not be published. Required fields are marked *