Pratidin TV

Odisha's Digital News Platform

ସ୍ତ୍ରୀଙ୍କ ‘ଜୋରୁ କା ଗୁଲାମ’ ସାଜିଛନ୍ତି ସ୍ୱାମୀ , ପାଦ ଧୋଇପିଉଛନ୍ତ ପାଣି ..

1 min read

ସବୁ ପତ୍ନୀଙ୍କର ଇଚ୍ଛା ନିଜ ସ୍ୱାମୀଙ୍କୁ ନିଜ ଅକ୍ତିଆର ରେ ରଖିବେ । ନିଜ ଇସାରାରେ ନାଚାଇବେ ‘ଜୋରୁ କା ଗୁଲାମ’ ଭାବରେ ରଖିବାକୁ । ତେବେ ସେମିତି ଜଣେ ସ୍ୱାମୀ ଅଛନ୍ତି ଯିଏ ସ୍ତ୍ରୀଙ୍କ କଥାରେ ଉଠବସ ହେଉଛନ୍ତି । କେବଳ ଉଠବସ ହେଉନାହାନ୍ତି ତାଙ୍କ ପାଦ ଧୋଇ ପାଣି ପିଉଛନ୍ତି । ପାକିସ୍ତାନର ଏମିତି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ତାଙ୍କ ସ୍ତ୍ରୀଙ୍କ ପାଦ ଧୋଇ ପାଣି ପିଉଥିବାର ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ, ଜଣେ ବ୍ୟକ୍ତି ସାକ୍ଷାତକାର ଦେଉଥିବାର ଦେଖାଯାଏ । ଭିଡିଓରେ ସେ ନିଜ ସ୍ତ୍ରୀଙ୍କ ପାଦ ମୋଡୁଛନ୍ତି । ଏହା ବ୍ୟତୀତ ସେ ନିଜ ସ୍ତ୍ରୀଙ୍କ ପାଦକୁ ଏକ ଥାଳିରେ ଧୋଇ ସେହି ପାଣି ଏକ ଗ୍ଲାସରେ ଢାଳି ପିଉଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କହିଛନ୍ତି, ସେ ତାଙ୍କ ସ୍ତ୍ରୀଙ୍କ ପାଇଁ କିଛି କରିପାରିବେ । ବ୍ୟକ୍ତି ଜଣକ ଏହା ମଧ୍ୟ କହିଛନ୍ତି ଯେ ମୁଁ ମୋ ମା’, ଭଉଣୀ ଏବଂ ଝିଅର ଭଲ ଭବିଷ୍ୟତ ପାଇଁ ପ୍ରାର୍ଥନା କରେ । ମୋ ସ୍ତ୍ରୀଙ୍କୁ ମଧ୍ୟ ସମାନ ଭଲପାଇବା ମିଳିବା ଉଚିତ୍ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହାକୁ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତ ।

Advertisement

Leave a Reply

Your email address will not be published. Required fields are marked *