Pratidin TV

Odisha's Digital News Platform

ଆବାସ ଯୋଜନାରେ ହେରଫେର୍ : ଅଯୋଗ୍ୟ ହିତାଧିକାରୀଙ୍କୁ ମିଳୁଛି ଘର

1 min read

ଚାନ୍ଦବାଲି : ପ୍ରଶାସନର ଅଣଦେଖାରେ ହନ୍ତସନ୍ତ ହେଉଛନ୍ତି ଗରୀବ ଲୋକେ । ପୁଣି ଏପରି ଅବହେଳିତ ଘଟଣା ଦେଖାଦେଇଛି ଚାନ୍ଦବାଲି ବ୍ଲକ ଭାଟପଡାରେ । ସୂଚନା ଅନୁଯାୟୀ ଭାଟପଡା ପଞ୍ଚାୟତର ଚନ୍ଦନବିନ୍ଦା ୬ନଂ ୱାର୍ଡର ରେ ଆବାସ ଯୋଜନା ନାରେ ଚାଲିଛି ଦୁର୍ନିତୀ । ଏହି ୱାର୍ଡର ଅଧିକାଂଶ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ନପାଇ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁଛି ବୋଲି ଅଭିଯୋଗ ଆସିଛି ।

ତେବେ ଏହାର ପ୍ରତିବାଦ କରି ଯୋଗ୍ୟ ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ । ଏହା ସହ ସେମାନେ କହିଛନ୍ତି ଯେ ଯଦି ପ୍ରଶାସନ ଏହି ସମସ୍ୟାର ପୂର୍ଣ୍ଣ ବିଚାର ନକରେ , ଆଗାମୀ ଦିନରେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Advertisement

ସତରେ ଥରେ ଭାବିକି ଦେଖନ୍ତୁ ଅନେକ ସ୍ଥାନରେ ଏପରି ଦୁର୍ନିତୀ ଦେଖାଦେଇଛି । ଯେଉଁଠି ଜଣେ ଗରିବ ସରକାରଙ୍କ ଠାରୁ ମିଳୁଥିବା ତାର ଅଧିକାରରୁ ବଞ୍ଚିତ ହେଉଛି । ତେବେ କାହିଁକି ଛଡାଯାଉଛି ତାର ଅଧିକାର ? ଏଥିପାଇଁ ଦାୟି କିଏ? ସରକାର ରାଜ୍ୟରୁ ତଥା ଦେଶରୁ ଗରିବ ମାନଙ୍କର ସଂଖ୍ୟାକୁ ହ୍ରାସ କରିବା ପାଇଁ ଅନେକ ଯୋଜନା ବନାଉଥିଲେ ସୁଦ୍ଧା ସେସବୁରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । କିଛି ଟଙ୍କା ଲୋଭରେ ଯୋଗ୍ୟ ହିତାଧିକାରିଙ୍କ ଠାରୁ ଛଡା ଯାଉଛି ତାଙ୍କ ଅଧିକାର ।

Leave a Reply

Your email address will not be published. Required fields are marked *