Pratidin TV

Odisha's Digital News Platform

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪କୋଟି ଠକିଦେଲା ସାବତ ଭାଇ

1 min read

ଗିରଫ ହେଲେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଈ | ଟଙ୍କା ଠକେଇ ଅଭିଯୋଗରେ ହାର୍ଦ୍ଦିକଙ୍କୁ ସାବତ ଭାଈ ବୈଭବ ପାଣ୍ଡ୍ୟାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ | ହାର୍ଦ୍ଦିକ ଓ କୁନାଲକୁ ସେ ସାଢ଼େ ୪ କୋଟି ଟଙ୍କା ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା | ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି |

ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଈକୁ ଗିରଫ କରିଥିବା ନେଇ ଜଣେ ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଅଧିକାରୀ ସୂଚନା ଦେଇଛନ୍ତି | ତେବେ ୨୦୨୧ ମସିହାରେ ୩ ଭାଈ ଏକ ପଲିମର ବିଜନେସ କମ୍ପାନୀ ଆରମ୍ଭ କରିଥିଲେ।ସର୍ତ୍ତ ଅନୁସାରେ କ୍ରିକେଟର ହାର୍ଦ୍ଦିକ ଏବଂ ତାଙ୍କ ଭାଈ କୁନାଲ ଏହି କମ୍ପାନୀରେ ୪୦-୪୦ ପ୍ରତିଶତ ଲେଖାଏଁ ନିଜର ପୁଞ୍ଜି ବିନିଯୋଗ କରିଥିଲେ | ଅନ୍ୟପଟେ ସାବତ ଭାଈ ୨୦ ପ୍ରତିଶତ ଭାଗିଦାରୀ ଥିବା ସହ ଵ୍ୟଵସ୍ୟ ସମ୍ଭାଳୁଥିଲେ | । ଏବଂ ବ୍ୟବସାୟରେ ଯାହା ଲାଭ ହେବ ତାକୁ ସମାନ ଭାବେ ସେୟାର କରାଯିବ ବୋଲି ଡିଲ ହୋଇଥିଲା | କିନ୍ତୁ ୨ ଭାଈ ଙ୍କୁ ନ ଜଣାଇ ବୈଭବ ସେ ବ୍ୟବସାୟରେ ଅନ୍ୟ ଏକ ଫାର୍ମ କରିଥିଲେ | ଯାହା ଭାଗିଦାରୀ ଚୁକ୍ତିନାମାକୁ ଉଲଂଘନ କରିଥିଲା |

Advertisement

ତେବେ ହାର୍ଦ୍ଦିକ ଏବଂ କୁନାଲ ଟଙ୍କା ଠକେଇର ଶିକାର ହେବାପରେ ଏନେଇ ଥାନାରେ କରିଥିଲେ ଅଭିଯୋଗ | ବୈଭଙ୍କୁ ତାଙ୍କ ମୁମ୍ବାଇ ବାସଭବନରୁ ଗତକାଲି ଗୁରୁବାର ଦିନ କରିଥିଲା ପୋଲିସ | ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ପୋଲିସ | ସେପଟେ IPL ପାଇଁ ବ୍ୟସ୍ତ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ କୁନାଲ | ତେବେ ୨ ଭାଈ IPL ରେ ବ୍ୟସ୍ତ ଥିବା ବେଳେ ତାଙ୍କ ସାବତ ଭାଈ ବ୍ୟବସାୟରେ ଉଭୟଙ୍କୁ ଧୋକା ଦେଇଛି | ଅଭିଯୋଗ ଆଧାରରେ ଇଓଡବ୍ଲୁ ସାବତ ଭାଇ ବୈଭବ ପାଣ୍ଡ୍ୟାଙ୍କୁ ଗିରଫ କରିଛି |

Leave a Reply

Your email address will not be published. Required fields are marked *