Pratidin TV

Odisha's Digital News Platform

ଏକେମିତିକା ସଂଯୋଗ , ପରୀକ୍ଷାରେ ସମାନ ନମ୍ବର ରଖିଲେ ଯାଆଁଳା ଭଉଣୀ…

1 min read

ସାଧାରଣତଃ ଯାଆଁଳା ଭାଇ ଭଉଣୀ ସବୁବେଳେ ଏକା ପରି ଦେଖାଯାନ୍ତି । ସେମାନଙ୍କର ଚାଲିଚଳଣି ମଧ୍ୟ ସମାନ ରହିଥାଏ । ହେଲେ ପାଠପଢ଼ରେ ସମସ୍ତେ ଭିନ୍ନ ଥାନ୍ତି । ହେଲେ ଦୁଇ ମିନିଟ୍ ବ୍ୟବଧାନରେ ଜନ୍ମ ହୋଇଥିବା ଏହି ଯାଆଁଳା ଭଉଣୀ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏହା ଭାଗ୍ୟର କଥା ନା ବିରଳ ସଂଯୋଗ, ଯେମିତି ସମାନ ଦିନ ବାର ତିଥିରେ ଜନ୍ମ ଗ୍ରହଣ କରିଛନ୍ତି ଠିକ ସେପରି ଉଭୟ ପରୀକ୍ଷା ଫଳାଫଳରେ ମଧ୍ୟ ସମାନ ନମ୍ବର ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଏହି ଦୁଇ ଯାଆଁଳା ଭଉଣୀ ହେଉଛନ୍ତି କର୍ଣ୍ଣାଟକର ହାସନ ଅଂଚଳରେ ରହୁଥିବା ଚୁକ୍କି ଏବଂ ଇବ୍ୱାନୀ ଚନ୍ଦ୍ର କେ.ଭି । ଦୁଇ ମିନିଟ୍ ବ୍ୟବଧାନରେ ଜନ୍ମ ଗ୍ରହଣ କରିଥିବା ଏହି ଯାଆଁଳା ଭଉଣୀ ଯୁକ୍ତ ୨ ପରୀକ୍ଷାରେ ସମାନ ନମ୍ବର ରଖିଥିଲେ । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ତାଙ୍କ ନମ୍ବର ଦେଖି ଉଭୟ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ମଧ୍ୟ ହୋଇଥିଲେ । ଉଭୟ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ଖାଲି ସେତିକି ନୁହେଁ ଦୁଇ ବର୍ଷ ପୂର୍ବେ ଉଭୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମଧ୍ୟ ସମାନ ନମ୍ବର ରଖିଥିଲେ । ଏହାକୁ ନେଇ ଚୁକ୍କି କହିଛନ୍ତି ଯେ ହୁଏତ ଏହା ଏକ ସଙ୍କେତ ହୋଇଥାଇପାରେ ।

Advertisement

ହେଲେ ଆମେ ମଧ୍ୟ ଜାଣିନାହୁଁ ଏପରି କିଭଳି ସମ୍ବବ ହେଲା । ୯୭ପ୍ରତିଶତରୁ ଅଧିକ ମାର୍କ ରହିବ ବୋଲି ଆଶା କରିଥିଲୁ ଯାହା ଆମକୁ ମିଳିଛି । ଦୁହେଁ ସମାନ ନମ୍ବର ରଖିଥିବାରୁ ଏହା ଏକ ବିରଳ ସଂଯୋଗ ବୋଲି କହିଛନ୍ତି । ଚୁକ୍କି ବର୍ତ୍ତମାନ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଆଗକୁ ଦୁଇ ଭଉଣୀ ମେଡିସିନ୍ କିମ୍ବା ଇଞ୍ଜିନିୟରିଂ କ୍ଷେତ୍ରରେ କ୍ୟାରିୟର ଗଢିବାକୁ ଲକ୍ଷ୍ୟ ରଖିଛନ୍ତି । ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ କଠିନ ପରିଶ୍ରମ କରୁଛନ୍ତି । ଏହାସହିତ ଦୁଇ ଭଉଣୀଙ୍କୁ ଖେଳ, ନୃତ୍ୟ ଓ ସଙ୍ଗିତ ପ୍ରତି ରୁଚି ରହିଛି । ଯାଆଁଳା ଝିଅଙ୍କ ଏଭଳି ସଫଳତା ଦେଖି ଖୁସି ହୋଇଥିଲେ ପରିବାର ସଦସ୍ୟ । ଦୁଇ ଭଉଣୀ ସର୍ବଦା ଏକାଠି ରୁହନ୍ତୁ ଏକାଠି ସବୁ କାମ କରିବାକୁ ଭଲ ପାଆନ୍ତି ।

Leave a Reply

Your email address will not be published. Required fields are marked *