Pratidin TV

Odisha's Digital News Platform

ମତଦାତା ବରକୁ ଗଣତନ୍ତ୍ର କନିଆଁ , ମେ ୧୩ ରେ ପଡ଼ିବ ହାତଗଣ୍ଠି ..

1 min read

ଏବେ ବିବାହ ଋତୁ ସାଙ୍ଗକୁ ଆରମ୍ଭ ହେବାକୁ ଯାଉଛି ସଦାହରଣ ନିର୍ବାଚନ । ସେଥିପାଇଁ ଆରମ୍ଭ ହୋଇଗଲାଣି ନିର୍ବାଚନୀ ପ୍ରଚାର । । କିଏ ରୋଡ୍ ସୋ’ କରି ଭୋଟ୍ ମାଗୁଛି ତ କିଏ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଛି । । ସମସ୍ତ ରାଜନୈତୀକ ଦଳ ଜୋରଦାର ପ୍ରଚାରରେ ଆରମ୍ଭ କରିଦେଇଛନ୍ତି । ସବୁ ସ୍ଥାନରେ ନିର୍ବାଚନ ପ୍ରଚାର ଏବଂ ରାଲି ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ବିବାହ ଏବଂ ନିର୍ବାଚନର ମିଳନ ହେବା ଅନିବାର୍ଯ୍ୟ । ତେବେ ବର୍ତ୍ତମାନ ଏକ ନିଆରା ବିବାହ କାର୍ଡ । ଯାହା ଆସନ୍ତା ସାଧାରଣ ନିର୍ବାଚନ ସହ ଜଡିତ । ଏକ ବିରାଟ ନିମନ୍ତ୍ରଣ କାର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହା ଏତେ ବଡ଼ କାର୍ଡ ଯେ, ଏହାକୁ ନେବା ପାଇଁ ଏକ ଟ୍ରକ ଆବଶ୍ୟକ ପଡ଼ିଲା । ଏଥିରେ ଏପରି ଜିନିଷ ଲେଖାଯାଇଛି, ସବୁଠୁ ବଡ କଥା ଲୋକମାନେ ଏହାକୁ ପଢ଼ିବା ପରେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ସୋସିଆଲ ମିଡିଆରେ ଏହି କାର୍ଡର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।ଏହି କାର୍ଡରେ ବର ଏବଂ କନ୍ୟାଙ୍କ ନାମ ଲେଖାଯାଇଛି, କିନ୍ତୁ ସେହି ନାମ ଅଲଗା ଅଟେ । ବାସ୍ତବରେ ଏହି ବିବାହ କାର୍ଡରେ କୌଣସି ବ୍ୟକ୍ତିଙ୍କ ନାମ ବିଷୟରେ ନାହିଁ ବରଂ ଭୋଟରଙ୍କ ବିବାହ ଏବଂ ଗଣତନ୍ତ୍ର ବିଷୟରେ ଲେଖାଯାଇଛି । ଏହି କାର୍ଡ ଲୋକମାନଙ୍କୁ ଭୋଟ୍‌ରେ ଅଂଶଗ୍ରହଣ କରିବା ପାଇଁ ସଚେତନ କରାଯାଉଛି । ଯାହା ଏକ ଟ୍ରକ୍‌ରେ ଯାଉଛି ।

Advertisement

ଏହା ଏକ ହୋର୍ଡିଂ ଆକାରର ନିମନ୍ତ୍ରଣ କାର୍ଡ । ଯେଉଁଥିରେ ବରର ନାମ ମତଦାତା ଏବଂ କନ୍ୟାର ନାମ ଲୋକସାଥୀ ଅର୍ଥାତ୍ ଗଣତନ୍ତ୍ର ଲେଖାଯାଇଛି । ବିବାହ ତାରିଖ ମେ’ ୧୩ ସକାଳ ୭ରୁ ୫ଟା ପର୍ଯ୍ୟନ୍ତ ଲେଖାଯାଇଛି, ଯାହା ପୁଣେ ସହରରେ ଭୋଟ୍ ଦେବାର ତାରିଖ ଏବଂ ସମୟ ଅଟେ । ଏହା ବ୍ୟତୀତ ନିକଟସ୍ଥ ମତଦାନ କେନ୍ଦ୍ରରେ ବିବାହ ସ୍ଥାନ ସମ୍ପର୍କରେ ଲେଖାଯାଇଛି ।ବାସ୍ତବରେ ଏହିପରି ଅନନ୍ୟ ବିବାହ କାର୍ଡ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଲୋକମାନେ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *