Pratidin TV

Odisha's Digital News Platform

ରାମେଶ୍ୱରମ୍ କାଫେ ବ୍ଲାଷ୍ଟ ଘଟଣା , ଗିରଫ୍ ପରେ କୋର୍ଟ ଚାଲାଣ ହେଲେ ୨ ଅଭିଯୁକ୍ତ ।

1 min read

ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଗିରଫ୍ । ଗିରଫ୍ ପରେ୨ ଜଣଙ୍କୁ କୋଲକାତା କୋର୍ଟରେ ହାଜର କରାଯାଇଛି । ଆଜି ଦୁଇ ଅଭିଯୁକ୍ତ ଅବଗୁଲ ମଥିନ ତାହା ଏବଂ ମୁସାଭିର ହୁସେନ ଶାଜିବକୁ ଚିହ୍ନଟ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି(NIA)।

ତେବେ ମୁସାଭିର ହୁସେନ ଶାଜିବ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି । କାରଣ ସେ ଆଇଇଡିକୁ କାଫେରେ ରଖିଥିଲେ । ଅନ୍ୟପଟେ ଯୋଜନାର ମାଷ୍ଟର ମାଇଣ୍ଡ ଥିଲା ଅବଗୁଲ ମଥିନ । ଗତ ଏପ୍ରିଲ ୫ ତାରିଖରେ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ତଦନ୍ତକାରୀ ସଂସ୍ଥା ଆଜି ପଶ୍ଚିମବଙ୍ଗ କୋଲକାତାରୁ ଦୁଇଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି । ପ୍ରକାଶଥାଉକି ମାର୍ଚ୍ଚ ୧ ତାରିଖରେ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ ପ୍ରାୟ ୯ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ ।

Advertisement

ଦୀର୍ଘ ଏକ ମାସ ହେବ ଏନଆଇଏ ଟିମକୁ ଚକମା ଦେଇ ଚାଲିଥିଲେ ଦୁଇ ଅଭିଯୁକ୍ତ ମୁସାବୀର ହୁସେନ ଶାଜେବ ଏବଂ ଅବଦୁଲ ମାଥୀନ । ଉଭୟଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଏକାଧିକ ରାଜ୍ୟରେ ଚଢାଉ ସତ୍ତ୍ୱେ ଏମାନଙ୍କ ସନ୍ଧାନ ପାଉନଥିଲା ଅନୁସନ୍ଧାନକାରୀ ସଂସ୍ଥା। ଶେଷରେ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲାଙ୍ଗାନା ଏବଂ କେରଳର କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି ଓ ପୁଲିସର ମିଳିତ ଅପରେସନ ପରେ ଉଭୟଙ୍କୁ ଗିରଫ କରାଯାଇଥିବା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା କହିଛି।

ଏହି ମାମଲାରେ ପୂର୍ବରୁ ମଜାମିଲ ଶରିଫ ମଧ୍ୟ ଗିରଫ ହୋଇଥିଲା। ସେ ଶାଜବ ଏବଂ ତାହାକୁ ସହଯୋଗ କରିଥିବା ଏନଆଇ କହିଛି। ପ୍ରକାଶ ଥାଉ କି, ମାର୍ଚ୍ଚ ୧ରେ ବେଙ୍ଗାଲୁର କା‍ଫେରେ ଆଇଇଡି ବିସ୍ଫୋରଣ ଘଟିଥିଲା।

Leave a Reply

Your email address will not be published. Required fields are marked *