Pratidin TV

Odisha's Digital News Platform

ଗିରଫ୍ ହେଲେ ରାଜଧାନୀର କୁଖ୍ୟାତ୍ ଲୁଟେରା ଗ୍ୟାଙ୍ଗ୍ , ଚୋରୀ ଜିିନିଷ ଦେଖି ଉଡିଲା ପୋଲିସ ହୋସ୍

ରାଜଧାନୀରେ ହଇଚଇ ସୃଷ୍ଟି କରିଥିବା ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଛି କମିସନରେଟ୍ ପୋଲିସ । ଘରେ ପଶୁଥିଲେ, ଆଖିକୁ ଯାହା ଦିଶୁଥିଲା ସବୁ କିଛି ନେଇ ଚଂପଟ ମାରୁଥିଲେ। ରେକି କରିବା ପରେ ଘରେ କେହି ନଥିବା ଦେଖି ଘରେ ପ୍ରବେଶ କରନ୍ତି ଓ ସବୁ ଟଙ୍କା ସୁନା ନେଇ ଛୁ ମାରନ୍ତି। ଏମିତି ଏକ ଲୁଟେରା ଗ୍ୟାଙ୍ଗ ଆଜି ଧରା ପଡ଼ିଛି କମିଶନରେଟ ପୋଲିସ ହାତରେ।

ଯେଉଁମାନେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ଯେମିତି କି ଚନ୍ଦ୍ରଶେଖରପୁର, ନନ୍ଦନକାନନ ଓ ଇନଫୋସିଟି ଥାନା ଅଞ୍ଚଳର ବିଭିନ୍ନ ଘରୁ କଳା କନା ବୁଲାଇ ଏବେ ପୋଲିସ ଏମାନଙ୍କୁ ଧରି କୋର୍ଟ ଚାଲାଣ କରିଛି। ଏହି ତିନି କୁଖ୍ୟାତ ଲୁଟେରା ହେଉଛନ୍ତି କାଜଲ, ବୀଟୁ ଓ ମଧୁ। ଏମାନଙ୍କ ନାଁରେ କେବଳ ଏହି ଗୋଟିଏ ନୁହେଁ ଆଗରୁ ପ୍ରତ୍ୟେକ ଜଣଙ୍କ ନାଁରେ ୩୦ ରୁ ଅଧିକ ମାମଲା ରହିଛି। ପେସାଗତ ଅପରାଧୀ ବୀଟୁ ଓ କାଜଲ ଆଗରୁ ବିଭିନ୍ନ ଡକାୟତି ଓ ଲୁଟ୍ ମାମଲାରେ ଜେଲ ଯାଇ ବାହାରକୁ ଆସି ପୁଣି ସେହି ସମାନ କାଣ୍ଡ କରିଛନ୍ତି। ଏମାନଙ୍କ ସହ ଜଣେ ରିଶିଭରକୁ ମଧ୍ୟ ପୋଲିସ ଗିରଫ କରିଛି।

ଏମାନଙ୍କ ଠାରୁ ପୋଲିସ କେଜିଏ ସୁନା ଅଳଙ୍କାର, ଗୋଟିଏ ବାଇକ୍, ୧୨ ଲକ୍ଷ ନଗଦ ଟଙ୍କା ଜବତ କରିଛି। କେବଳ ରାଜଧାନୀ ନୁହେଁ ବିଭିନ୍ନ ଜିଲ୍ଲାରେ ଏମାନଙ୍କ ଅପରାଧର ଇତିହାସ ରହିଛି। ପୂର୍ବରୁ ପୁରୀ, ଜଗତସିହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଅଞ୍ଚଳ ରେ ଏମାନେ ଅପରାଧ ଘଟାଇ ସାରିଛନ୍ତି। ଗତ କିଛି ଦିନ ହେବ ଛୋଟିଆ ଗ୍ୟାଙ୍ଗ ତିଆରି କରି ରାଜଧାନୀରେ ବିଭିନ୍ନ ଘରକୁ ଟାର୍ଗେଟ କରି ଏମାନେ ଲୁଟ୍ କରି ଆସୁଥିଲେ।

Leave a Reply

Your email address will not be published. Required fields are marked *