Pratidin TV

Odisha's Digital News Platform

ଟଙ୍କା ଦେଉନି ଯାତ୍ରା ପାର୍ଟି ମାଲିକ , ଯାତ୍ରା କ୍ୟାମ୍ପ ସମ୍ମୁଖରେ ଧାରଣାରେ ବସିଲେ କଳାକାର ଓ କର୍ମଚାରୀ ..

1 min read

ଯାତ୍ରାପାର୍ଟି ମାଲିକ ଦେଉନାହାନ୍ତି ପାରିଶ୍ରମିକ । ଯାତ୍ରା କ୍ୟାମ୍ପ ସମ୍ମୁଖରେ ଯାତ୍ରା କଳାକାର ଓ କର୍ମଚାରୀ ଙ୍କ ଧାରଣା । ଏମିତି କି ଯାତ୍ରା ରେ ବ୍ୟବହୃତ ସାମଗ୍ରୀକୁ ଅନ୍ୟ କ୍ୟାମ୍ପକୁ ଛାଡୁ ନାହାନ୍ତି । ଭଦ୍ରକ ଜିଲ୍ଲା ବ୍ଲକ ଛୟାଳସିଂହ ଠାରେ କ୍ୟାମ୍ପ ସାମ୍ନାରେ ଧାରଣା ଦେଇଛନ୍ତି । ଧଉଳି ଗଣନାଟ୍ୟର କଳାକାର ଓ କର୍ମଚାରୀ ମାନେ ଧାରଣା ରେ ବସିଛନ୍ତି । ତେବେ ସେମାନଙ୍କୁ ଆଖାଡା ବେଳେ ଅଗ୍ରୀମ ଟଙ୍କା ମିଳିଥିଲା । କିନ୍ତୁ ଏହାପର ଠାରୁ ପ୍ରାୟ ୮ ମାସ ବିତିଗଲାଣି ଦରମା ପାଇନଥିବା ଅଭିଯୋଗ କରିଛନ୍ତି ।

ତେବେ ମାଲିକଙ୍କୁ ଅବଗତ କରିବା ସତ୍ତ୍ୱେ ପାରିଶ୍ରମିକ ମିଳୁ ନାହିଁ । ତେଣୁ ଥାନାର ଦ୍ୱାରସ୍ଥ ହେବା ସହ କ୍ୟାମ୍ପ ସମୁଖ ରେ ଧାରଣାରେ ବସିବା ସହ ବକେୟା ବାବଦ କୁ ପ୍ରାୟ ୩୦ ଲକ୍ଷ ଟଙ୍କା ଦାବି କରିଛନ୍ତି । ପ୍ରାୟ ୬୦ ଜଣ କଳାକାର ଓ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ମାଲିକ କିମ୍ବା ମ୍ୟାନେଜମେଣ୍ଟ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ । କଳାକାର ମାନେ ଧାରଣାରେ ବସିବା ଫଳରେ ଧଉଳି ଯାତ୍ରା ପାର୍ଟି ର ଆଗାମୀ କ୍ୟାମ୍ପ ଥିବା ଚାନ୍ଦବାଲିକୁ ଯାଇପାରୁ ନାହିଁ ।

Advertisement

Leave a Reply

Your email address will not be published. Required fields are marked *