Pratidin TV

Odisha's Digital News Platform

ଢେଙ୍କାନାଳର ଗୌରବ ସୁରଜ – ଶ୍ରୀଷ୍ଠୀ , ପାଇଲେ ରାଧାନାଥ ରଥ ସ୍ମାରକୀ ଫେଲୋସିପ ..

1 min read

ଢେଙ୍କାନାଳର ଗର୍ବ ଆଉ ଗୌରବ ଆଣିଦେଇଛନ୍ତି ଭୌମିକ ଏବଂ ସୁରଜ । ଢେଙ୍କାନାଳର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ର ସୁରଜ କୁମାର ବେହେରାଙ୍କୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍ ଓ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଶ୍ରୀଷ୍ଠୀ ଭୌମିକଙ୍କୁ ସତ୍ୟ ମହାପାତ୍ର ସ୍ମାରକୀ ଫେଲୋସିପ୍ ପ୍ରଦାନ କରାଯାଇଛି । ଫେଲୋସିପ୍ ବାବଦକୁ ଉଭୟଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ଆଇଆଇଏମ୍‌ସିର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫେଲୋସିପ୍ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସାମ୍ବାଦିକତା କ୍ଷେତ୍ରରେ ରାଧାନାଥ ରଥ ଓ ସତ୍ୟ ମହାପାତ୍ରଙ୍କ ଅବଦାନ କଥା ଉଲ୍ଲେଖ କରିଛନ୍ତି ।ଉଭୟ ଶିକ୍ଷାର୍ଥୀଙ୍କୁ ଫେଲୋସିପ୍ ପ୍ରଦାନ କରିଛନ୍ତି ।

ଏହା ସହ ଆଜି ଅନୁଷ୍ଠାନର ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡ. ହରିକୃଷ୍ଣ ବେହେରାଙ୍କ ଏକ କବିତା ପୁସ୍ତକ ନେହା ପାଇଁ ପ୍ରେମ କବିତା ଉନ୍ମୋଚନ କରାଯାଇଛି । ଏହି କବିତା ପୁସ୍ତକଟି ହରିକୃଷ୍ଣ ବେହେରାଙ୍କ ଯୁବ ବୟସର ସ୍ୱପ୍ନ ସାକାର ହୋଇଥିବା କହିଛନ୍ତି । ଏହାକୁ ବ୍ଲାକ ଇଗଲ ପବ୍ଲିକେସନ ସଂସ୍ଥା ଦ୍ୱାରା ପ୍ରକାଶିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ଆସୋସିଏଟ୍ ଆଡ୍‌ମିନ୍ ଆଣ୍ଡ୍ ଆକାଉଣ୍ଟସ୍ କେଦାରନାଥ ଜେନା, ଡ. ହରି କୃଷ୍ଣ ବେହେରା, ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି, ବୈଷୟିକ ସଂଯୋଜକ ବଦ୍ରିନାଥ ଜେନା, ଓ ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ ଉପସ୍ଥିତ ରହିଥିଲେ ।

Advertisement


ଆଇଆଇଏମ୍‌ସିରେ ୨୦୦୨-୦୩ ଶିକ୍ଷାବର୍ଷରୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍ ପ୍ରଦାନ କରାଯାଇଆସୁଛି । ଓଡ଼ିଶାରେ ସାମ୍ବାଦିକତା କ୍ଷେତ୍ରରେ ପ୍ରବାଦପ୍ରତିମ ରାଧାନାଥ ରଥଙ୍କ ପରଲୋକ ପରେ ତାଙ୍କ ପୁଅ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ ଏହି ଫେଲୋସିପ୍ ପ୍ରଦାନ କରୁଛନ୍ତି । ସେହିପରି ‘ଦିନଲିପି’ର ସମ୍ପାଦକ ଥିବା ସତ୍ୟ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ୨୦୧୬-୧୭ ଶିକ୍ଷାବର୍ଷରୁ ସ୍ମାରକୀ ଫେଲୋସିପ୍ ଦେଇଆସୁଛନ୍ତି । ସତ୍ୟ ମହାପାତ୍ରଙ୍କ ତିନି ଝିଅ ଆଇଆଇଏମ୍‌ସି, ଢେଙ୍କାନାଳରେ ପାଠ ପଢ଼ିଛନ୍ତି । ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ଉତ୍କର୍ଷତା ପାଇଁ ଦିଆଯାଉଥିବା ରାଧାନାଥ ରଥ ଫେଲୋସିପ୍ ପାଇଥିବା ଶିକ୍ଷାର୍ଥୀମାନେ ଦେଶ ବିଦେଶରେ ନିଜ ପ୍ରତିଭା ପ୍ରତିପାଦନ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି ।

ଗଣ ଯୋଗାଯୋଗ, ସାମ୍ବାଦିକତା, ଭାରତୀୟ ପ୍ରଶାସନିକ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଏହି ଶିକ୍ଷାର୍ଥୀମାନେ ଆସୀନ ହୋଇ ସଂସ୍ଥାନ ପାଇଁ ଗୌରବ ଆଣିଦେଇଛନ୍ତି । ସେହିଭଳି ସତ୍ୟ ମହାପାତ୍ର ଫେଲୋସିପ୍ ପାଇଥିବା ଶିକ୍ଷାର୍ଥୀମାନେ ଦେଶର ପ୍ରତିଷ୍ଠିତ ଗଣମାଧ୍ୟମରେ ସାମ୍ବାଦିକତା କରିବା ସହ ଗଣ ଯୋଗାଯୋଗର ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି ।ଏହା ସହ ଆଜି ଓଡ଼ିଆ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କାନ୍ଥ ପତ୍ରିକା ର ମଧ୍ୟ ଉନ୍ମୋଚନ କରାଯାଇଛି ।ଯେଉଁଥିରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ନିଜ ନିଜ ସାହିତ୍ୟ ସୃଜନର ପ୍ରତିଭାକୁ ପ୍ରଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *