Pratidin TV

Odisha's Digital News Platform

ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ବାଇକରେ ଆସିଥିଲେ ଦୁର୍ବୃତ୍ତ

1 min read

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି। ଆଜି ଭୋର ୫ଟା ବେଳେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଘର ବାହାରେ ଏଭଳି ଘଟଣା ଘଟିଛି । ତେବେ ୨ ଜଣ ଦୁର୍ବୁତ୍ତ ବାଇକରେ ଆସି ଗୁଳି ଚଳାଇଥିବା ଜଣାପଡିଛି | ଏହାପରେ ସେମାନେ ସେଠାରୁ ଫେଡ଼ର୍ର ହୋଇଯାଇଥିଲେ | ତେବେ ସେମାନେ ଗୁଳି ଫୁଟାଇଥିଲେ ତାହା ଏପର୍ଯ୍ୟନ୍ତ ଜଣ ପଡ଼ିନାହିଁ | ତେବେ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି | ଏବଂ ସଲମାନ ଖାନଙ୍କ ଜଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି।

ତେବେ ଜେଲରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶୋଇଙ୍କ ଟାର୍ଗେଟରେ ଅଛନ୍ତତି ସଲମାନ ଖାନ | ସେ ସଲମାନଙ୍କୁ ମାରିବାକୁ ଚାହୁଁଛନ୍ତି | ଏନେଇ ଅନେକ ଥର ମଧ୍ୟ ତାଙ୍କୁ ଧମକ ମଧ୍ୟ ଦିଆସରିଛି | ତେବେ ଗତବର୍ଷ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସୀ (NIA) କହିଥିଲା ଯେ ଯେଉଁ ୧୦ ଜଣଙ୍କୁ ହତ୍ୟା କରିବାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟ ରଖିଛି, ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ସଲମାନ ଖାନ। ହୁଏତ ଏହା ମଧ୍ୟ ଗ୍ୟାଙ୍ଗଷ୍ଟାରର କୂଚକ୍ରାନ୍ତ ହୋଇପାରେ | ତେବେ ବର୍ତ୍ତମାନ ସଲମାନ ଖାନଙ୍କ ଉପରେ ବିପଦ ବଢିଥିବୂ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି | ୧୯୯୮ର କୃଷ୍ଣସାର ମୃଗ ଶିକାର ଘଟଣା ପାଇଁ ଲରେନ୍ସ ବିଷ୍ଣୋଇ ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛି। ତା’ ମତରେ ଏହି ଘଟଣା ବିଷ୍ଣୋଇ ସଂପ୍ରଦାୟକୁ ଅପମାନିତ କରିଛି।

Advertisement

Leave a Reply

Your email address will not be published. Required fields are marked *