Pratidin TV

Odisha's Digital News Platform

ରୋଡ୍ ଶୋ’ ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଉପରେ ପଥର ମାଡ଼, ମୁଣ୍ଡରେ ଲାଗିଲା ଆଘାତ

1 min read

ନିର୍ବାଚନ ପାଖେଇ ପାଖେଇ ଆସୁଛି | ପ୍ରଚାର ମଧ୍ୟ ଚାଲିଛି ଜୋରସୋର | ତେବେ ପ୍ରଚାର ମଇଦାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ହେଲା ପଥର ମାଡ଼ | ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ତାଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ | ଯେଉଁଥିପାଇଁ ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତେବେ ଏହି ଘଟଣା ପଛରେ ଲଗୁ ଦେଶମ ପାର୍ଟି କର୍ମୀ ସମ୍ପୃକ୍ତ ଥିବା YSRCP ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି |

ଖବର ଅନୁଯାୟୀ ଗତକାଲି ରାତିରେ ବିଜୟୱାଡ଼ାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଲି କରୁଥିଲେ। ବସ୍ ଉପରେ ଛିଡ଼ା ହୋଇ ସେ ପ୍ରଚାର କରୁଥିବା ବେଳେ ହଠାତ୍ ତାଙ୍କ ଉପରକୁ ପଥର ମାଡ଼ ହୋଇଥିଲା। ତାଙ୍କ କପାଳରେ ଗଭୀର ଆଘାତ ଲାଗିଛି। ସେଥିପାଇଁ ତୁରନ୍ତ ଉପସ୍ଥିତ ଥିବା ଡାକ୍ତର ବସ୍‌ରେ ତାଙ୍କ ଚିକିତ୍ସା କରିଥିଲେ।

Advertisement

ଏହି ଘଟଣା ପରେ ବି ଜଗନ ନିଜ ନିର୍ବାଚନ ପ୍ରଚାର ଜାରି ରଖିଥିବା ବେଳେ ତାଙ୍କ ସ୍ୱସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗିଡ଼ିଥିଲା | ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି | ପ୍ରଧାନମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି | ତେବେ ଜଗନମୋହନ ରାଜନୈତିକ ବିରୋଧୀ ତଥା TDP ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ଘଟଣାକୁ ନିନ୍ଦା କରିବା ସହ ଘଟଣାର ଉଚ୍ଚସ୍ଥରୀୟ ତଦନ୍ତ ଦାବି କରିଛନ୍ତି |

Leave a Reply

Your email address will not be published. Required fields are marked *