Pratidin TV

Odisha's Digital News Platform

ସଲମାନଙ୍କୁ ଧମକ ଦେଲେ ଲରେନ୍ସ ବିଷ୍ଣୋଇଙ୍କ ଭାଇ….ସୋସିଆଲ ମିଡିଆରେ ପୋଷ୍ଟ କଲେ ଏହା ଥିଲା କେବଳ ଟ୍ରେଲର’

1 min read

ବଲିଉଡ ସୁପର ଷ୍ଟାର ସଲମାନ ଖାନଙ୍କୁ ମିଳିଲା ଧମକ | ‘ଏହା କେବଳ ଟ୍ରେଲର ଥିଲା | ଆଗକୁ ଆଉ ଘର ବାହାରେ ଗୁଳି ମାଡ଼ ହେବ ନାହିଁ |’ ଏପରି ଧମକ ଦେଇଛନ୍ତି ଆଉ କେହି ନୁହେଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ। ତେବେ ସୋସିଆଲ ମିଡିଆରେ ନିଜେ ଅନମୋଲ ବିଷ୍ଣୋଇ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦାବି କରିଛି। ଅନମୋଲ ବିଷ୍ଣୋଇ ଆମେରିକାରେ ରହି ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର ବାହାରେ ଗୁଳି ଚଳାଇଥିବା ସ୍ପଷ୍ଟ କରିଛି।

ତେବେ ସୂଚାନୁସାରେ, ରବିବାର ତଥା ଆଜି ସକାଳେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ୫ ରାଉଣ୍ଡ ଗୁଳିମାଡ ହୋଇଥିଲା। ତେବେ ୨ ଜଣ ଅଜ୍ଞାତ ବ୍ୟକ୍ତି ବାଇକ ଯୋଗେ ଆସି ସଲମାନଙ୍କ ଘରକୁ ଟାର୍ଗେଟ କରି ଗୁଳି ଫୁଟାଇ ସେଠାରୁ ଫେରାର ହୋଇଯାଇଥିଲେ | ସେହି ସମୟରେ କିଏ ଏପରି କରିପାରିବ ନେଇ ପୋଲିସ କରୁଥିଲା ତଦନ୍ତ | ପରେ ଏହି ସସପେନ୍ସରୁ ପରଦା ଉଠାଇଥିଲେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ।

Advertisement

ଏହା ପରେ ପୋଲିସ ସଲମାନ ଖାନଙ୍କ ଘରର ସୁରକ୍ଷା କଡାକଡି କରିଦେଇଛି | ବର୍ତ୍ତମାନ ଅଭିଯୁକ୍ତଙ୍କୁ ଧରିବା ପାଇଁ ଘର ଚାରିପାଖରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ସୂଚନା ମୁତାବକ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ମଧ୍ୟ ଜଣେ ଓ୍ୱାଣ୍ଟେଡ ଅପରାଧୀ। ସେ ଭାରତରୁ ଫେରାର ହୋଇ ଆମେରିକାରେ ଲୁଚି ଅଛି |

Leave a Reply

Your email address will not be published. Required fields are marked *