Pratidin TV

Odisha's Digital News Platform

ଟ୍ରକରେ ଧକ୍କା ହେବା ଫଳରେ କାରରେ ଲାଗିଲା ନିଆଁ….ଚାଲିଗଲା ପରିବାରର ୭ ନିରୀହ ଲୋକଙ୍କ ଜୀବନ

1 min read

ରବିବାର ଦିନ ରାଜସ୍ଥାନର ସିକର ଜିଲ୍ଲାର ଫତେହପୁରରେ ୟୁପିର ମେରୁଟରୁ ଟ୍ରକ ଓ କାର ମଧ୍ୟରେ ଭୟଙ୍କର ଦୁର୍ଘଟଣା | ଚାଲିଗଲା ୭ ନିରୀହ ଲୋକଙ୍କ ଜୀବନ | ବାସ୍ତବରେ ରବିବାର ଅପରାହ୍ନ ୨ଟା ୩0 ମିନିଟ ସମୟରେ ଏକ କାର ଟ୍ରକକୁ ଧକ୍କା ଦେଇଥିଲା | ଏହି ଦୁର୍ଘଟଣା ପରେ କାରରେ ନିଆଁ ଲାଗିଥିଲା | ଏବଂ କିଛି ସମୟ ମଧ୍ୟରେ ପୁରା କାର ଏବଂ ଏଥିରେ ଥିବା ସମସ୍ତ ଲୋକ ପାଉଁଶ ହୋଇଯାଇଥିଲେ |

ଏହି ଅଗ୍ନିକାଣ୍ଡରେ ୨ ନିରୀହ ପିଲା ଏବଂ ପରିବାରର ୩ ଜଣ ମହିଳା ଏବଂ ୨ ଜଣ ପୁରୁଷ ଥିଲେ | ମାତ୍ର କିଛି ମିନିଟ ମଧ୍ୟରେ ପୁରା ପରିବାର ଜୀବନ୍ତ ଦଗ୍ଧ ହୋଇଯାଇଥିଲା | ନିଆଁ ଏତେ ଭୟଙ୍କର ଥିଲା ଯେ, କେହି କିଛି କରିପାରିନଥିଲେ | ତେବେ ପରିବାର ସାଲାସର ବାଲାଜୀଙ୍କୁ ଦେଖା କରିବା ପରେ ମେରିଟରୁ ଫେରୁଥିଲେ | ଯେଉଁମାନେ ଜଳିଯାଇ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ, ୨ ଝିଅ ସହ ମା ଏବଂ ମାଉସୀଙ୍କ ସମେତ ୭ ଜଣ ଥିଲେ |

Advertisement

ତେବେ ଓଭାଟେକିଂ ଇଟୁ କାର ଟ୍ରକକୁ ଧକ୍କା ଦେଇ ଭିତରେ ପଶିଯାଇଥିଲା | ଯାହାଫଳରେ ଗ୍ୟାସ ପାଇପ ଫାଟିଯିବା ଯୋଗୁଁ ଗ୍ୟାସ ସିଲିଣ୍ଡର ତୁରନ୍ତ ନିଆଁ ଲାଗିଯାଇଥିଲା ଏବଂ କିଛି ସମୟ ମଧ୍ୟରେ କାରଟି ଜଳିଯାଇଥିଲା | ଏବଂ କାରରେ ନିଆଁ ଲାଗିବା ଫଳରେ କାରର କବାଟ ଖୋଲିନଥିଲା | ସେଥିଯୋଗୁଁ କାର ଭିତରେ ପୁରା ପରିବାର ପାଉଁଶ ହୋଇଯାଇଥିଲା | ଦୁର୍ଘଟଣା ସସମାୟାରେ ସ୍ଥାନୀୟ ଲୋକ ବଞ୍ଚାଇବାକୁ ଚେଷ୍ଟା କରିବା ସତ୍ତ୍ୱେ କବାଟ ଖୋଲିନଥିଲାସ ୱେବପନ କିଛି କ୍ଷଣି ମଧ୍ୟରେ ନିଆନରରରେ ଜଳି ପରିବାରର ୭ ଜଣ ପ୍ରାଣ ହରାଇଥିଲେ | ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଆସିଲା ବେଳକୁ ସବୁ ଶେଷ ହୋଇଯାଇଥିଲା |

Leave a Reply

Your email address will not be published. Required fields are marked *