Pratidin TV

Odisha's Digital News Platform

ପାଣି ବ୍ୟବହାରକୁ ନେଇ ମହାଭାରତ…..ଉତକ୍ଷିପ୍ତ ହୋଇ ନାବାଳିକା ନେଇଗଲା ପଡୋଶୀ ମହିଳାଙ୍କ ଜୀବନ

1 min read

ଝିମିଟି ଖେଳରୁ ମହାଭାରତ ପାଣି ବ୍ୟବାହାକୁ ନେଇ ଝଗଡା ପରେ ହତ୍ୟା | ଏପରି ଘଟଣା ଜଣେ ୧୫ ବର୍ଷୀୟ ନାବାଳିକା ଭିଆଇଛି | ତେବେ ପାଣି ବ୍ୟବହାରକୁ ନେଇ ଝଗଡା ହୋଇଥିଲା | ପରେ ୧୫ ବର୍ଷୀୟ ନାବାଳିକା ଜଣେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ନେଇ ଖବର ସାମ୍ନାକୁ ଆସିଛି | ଏହି ଘଟଣାଟି ଦିଲ୍ଲୀର ଫାର୍ସ ବଜାରରେ ଘଟିଛି |

ସୂଚନା ମୁତାବକ, ଏକ ବିଲ୍ଡିଂର ପ୍ରଥମ ମହଲାରେ ଚାରୋଟି ଘର ରହିଛି | ଗୋଟିଏ ଘର ମାଲିକ ରହୁଛି ଏବଂ ଅନ୍ୟ ୩ଟି ଘର ୩ ପରିବାରକୁ ଦିଆଯାଇଥିଲା | ଏବଂ ୩ ପରିବାରଙ୍କ ପାଇଁ ଏକ କମନ ଟଏଲେଟ ଏବଂ କମନ ଟ୍ୟାପ ରହିଛି | ତେବେ ଏହି କମନ ଟ୍ୟାପ ପାଣି ବ୍ୟବହାରକୁ ନେଇ ୨ ପଡୋଶୀଙ୍କ ମଧ୍ୟରେ ହୋଇଥିଲା ଝଗଡା | ଯେଉଁଥିରେ ମହିଳା ଜଣକ ନାବାଳିକା ଝିଅର ହାତ ମୋଦି ଦଦେଇଥିଲେ | ପର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ ନାବଳଙ୍କ ଝିଅ ସେହି ପାଣି ବ୍ୟବହାରକୁ ନେଇ ଝଗଡା କରିଥିଲେ ଏବଂ ଉତକ୍ଷିପ୍ତ ହୋଇ ମହିଳାଙ୍କ ପେଟରେ ଛୁରୀ ଭୁଷି ଦେଇଥିଲା |

Advertisement

ପୋଲିସ ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ପ୍ରାୟ ୧୧ଟା ଆଡକୁ PCR କୁ କଲ ଆସିଥିଲା | ଜଣେ ବ୍ୟକ୍ତି କହିଥିଲେ ତାଙ୍କ ସ୍ତ୍ରୀଙ୍କୁ ଛୁରୀ ମାଡ଼ ହୋଇଛି | ତାଙ୍କୁ ଆଂମ୍ବୁଲାନ୍ସ ଦରକାର | କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିକ୍ରମ ସିଂ କଲୋନୀର ୨ ନମ୍ବର ରାସ୍ତାକୁ ଚାଲିଯାଇଥିଲା | ସେଠାରେ ସେ ଜଣେ ଆହତ ମହିଳାଙ୍କୁ ଦେଖିଥିଲା | ତାଙ୍କ ପେଟରେ ଲାଗିଥିଲା ଛୁରୀରେ ଆଘାତ | ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିଲା | ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା |

ତେବେ ମୃତ ମହିଳା ଜଣକ ହେଲେ ସୋନି | ବର୍ତ୍ତମାନ ମୃତଦେହ ପୋଷ୍ଟମୋର୍ଟମ ପାଇଁ ପଠାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ସେ ନାବାଳିକା ହୋଇଥିବାରୁ ତାଙ୍କୁ ବାଳ ସୁଧାର ବୋର୍ଡରେ ହାଜର କରାଯିବ।

Leave a Reply

Your email address will not be published. Required fields are marked *