Pratidin TV

Odisha's Digital News Platform

ରାଣୀପଥର ନିକଟରେ ବସ ଓ ଟ୍ରକ ଧକ୍କା, ୪୦ ରୁ ଉର୍ଦ୍ଧ ଆହତ, ୨ ଗୁରୁତର

1 min read

ବୌଦ୍ଧ ; ବୌଦ୍ଧ ରୁ ଫୁଲବାଣୀ ଯାଉଥିବା ଖମ୍ବେଶ୍ବରୀ ନାମକ ଘରୋଇ ବସ୍ ଓ ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

ବୌଦ୍ଧ ଜିଲ୍ଲା ଚାରିଛକ -ଫୁଲବାଣୀ ରାସ୍ତା ର ରାଣୀପଥର ଘାଟି ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ବସ ଟି ବୌଦ୍ଧ ରୁ ଫୁଲବାଣୀ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ରାସ୍ତା ମଝିରେ ମୁହାଁମୁହିଁ ଧକା ହୋଇଥିଲା ଫଳରେ ବସ ରେ ଥିବା ୪୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିଲେ ।

ଖବର ପାଇ ଚାରିଛକ ଅଗ୍ନିଶମ, ଆମ୍ବୁଲାନ୍ସ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅନ୍ୟପଟେ ଆହତ ଙ୍କ ମଧ୍ୟରୁ ୨ଜଣେ ଗୁରୁତର ଥିବା ଜଣାପଡ଼ିଛି । ଗୁରୁତର ଙ୍କୁ ବୌଦ୍ଧ ମେଡିକାଲ ପଠାଇଥିବା ବେଳେ ସମସ୍ତ ଯାତ୍ରୀ ପୁରୁଣା କଟକ ମେଡିକାଲ ରେ ଚିକିତ୍ସା ଧୀନ ଥିବା ଜଣାପଡ଼ିଛି । ଦୁର୍ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *