Pratidin TV

Odisha's Digital News Platform

ଅମରନାଥ ଯାତ୍ରୀଙ୍କ ପାଇଁ ଖୁସି ଖବର , ଆଜିଠୁ ଆରମ୍ଭ ଯାତ୍ରା ପାଇଁ ପଞ୍ଜିକରଣ ..

1 min read

ଆରମ୍ଭ ହେବାକୁ ଯାଇଛି ଶ୍ରୀ ଅମରନାଥଙ୍କ ଯାତ୍ରା ଘୋଷଣା । ଚଳିତଥର ୨୯ ଜୁନରୁ ଆରମ୍ଭ ହେବ ଯାତ୍ରା । ୫୨ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା । ସେଥିପାଇଁ ଆଜିଠାରୁ ଅଫଲାଇନ୍ ଏବଂ ଅନଲାଇନ୍ ମୋଡ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି । ରାଜ୍ୟକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ସମେତ ଅନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯିବ । ତୀର୍ଥଯାତ୍ରା ଆରମ୍ଭ ହେବା ପୂର୍ବରୁ ଦୂରସଞ୍ଚାର ସେବାକୁ ଅଧିକ ଉତ୍ତମ ଢଙ୍ଗରେ ସଞ୍ଚାଳିତ କରାଯିବ ।

ବାବା ବାରଫାନୀଙ୍କ ଭକ୍ତମାନେ ଅମରନାଥ ସାଇନ ବୋର୍ଡର ଅଫିସିଆଲ୍ ୱେବସାଇଟ୍ https://jksasb.nic.in/ ଲଗଇନ କରି ଯାତ୍ରା ନିମନ୍ତେ ପଞ୍ଜିକରଣ କରିପାରିବେ । ଜାମ୍ମୁ କାଶ୍ମୀର ସରକାର ଏବଂ ଶ୍ରୀ ଅମରନାଥ ସାଇନ ବୋର୍ଡର ମିଳିତ ସହଯୋଗରେ ଅମରନାଥ ଯାତ୍ରା ପ୍ରତିବର୍ଷ ଆୟୋଜିତ ହୋଇଆସୁଛି । ଶ୍ରୀନଗରଠାରୁ ୧୪୧ କିମି ଦୂର ଏବଂ ସମୁଦ୍ର ପତନଠାରୁ ୧୨,୭୫୬ ଫୁଟ ଉଚ୍ଚତାରେ ଅବସ୍ଥିତ ଅମରନାଥ ଦେଶର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭାବେ ମାନ୍ୟତାଲାଭ କରିଛି ।

Advertisement

ପ୍ରତିବର୍ଷ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମରନାଥ ଯାତ୍ରା ଆୟୋଜିତ ହୋଇଥାଏ ।ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଯାତ୍ରା ଦୁଇଟି ମାର୍ଗରେ କରିଥାନ୍ତି । ପ୍ରଥମ ମାର୍ଗ ହେଉଛି ନନୁନବାନ-ପହଲଗମ୍ ମାର୍ଗ ଯାହାକି ୪୮ କିଲୋମିଟର ଦୂରତା ଏବଂ ଦ୍ୱିତୀୟ ମାର୍ଗ ହେଉଛି ବାଲ୍ଟାଲ୍ ମାର୍ଗ ଯାହା ମାତ୍ର ୧୪ କିଲୋମିଟରର ସଂକୀର୍ଣ୍ଣ ମାର୍ଗ । ତେଣୁ ୯୫ ପ୍ରତିଶତ ଶ୍ରଦ୍ଧାଳୁ ପେହେଲଗାଓଁ ରାସ୍ତାକୁ ପସନ୍ଦ କରିଥାନ୍ତି ।

Leave a Reply

Your email address will not be published. Required fields are marked *