Pratidin TV

Odisha's Digital News Platform

ବଡ ବ୍ୟବସାୟୀ ରୁ ପାଲଟିଲେ ସନ୍ୟାସୀ , ୨୦୦ କୋଟି ଦାନ କରିଦେଲେ ଦମ୍ପତ୍ତି ..

1 min read

ବଡ ବ୍ୟବସାୟୀ କୋଟି କୋଟି ଟଙ୍କାର ମାଲିକ । ହେଲେ କୋଟିପତିରୁ ପାଲଟିଗଲେ ସନ୍ୟାସୀ । ସାଂସାରିକ ମୋହ ଛାଡିବାକୁ ନେଲେ ନିଷ୍ପତ୍ତି । ଦାନ କରିଦେଲେ ନିଜ ଜୀବନ ଯାକାର ଅର୍ଜିତ ପୁଞ୍ଜି । ବୌଦ୍ଧ ଭିକ୍ଷୁ ପାଲଟିବା ପାଇଁ ତ୍ୟାଗ କରିଦେଲେ ନିଜର ସମସ୍ତ ସୁଖ ସୁବିଧା । ଗୁଜରାଟର କନଷ୍ଟ୍ରକସନ ବ୍ୟବସାୟର ଭାବେଶ ଭାଇ ଭଣ୍ଡାରୀ ଓ ତାଙ୍କ ପତ୍ନୀ ଦାନ କରିଦେଇଛନ୍ତି ୨୦୦ କୋଟିର ସମ୍ପତ୍ତି । ଦମ୍ପତି ବୌଦ୍ଧ ଭିକ୍ଷୁ ବନିବା ପାଇଁ ନିଜର ସମସ୍ତ ଟଙ୍କା ଓ ସୁଖକୁ ଦାନ କରିଦେଇଛନ୍ତି । ଗତ ଫେବୃଆରୀ ମାସରେ ସେ ଏହି ଦାନ କରିଥିଲେ କିନ୍ତୁ ଆନୁଷ୍ଠାନିକ ଭାବେ ଚଳିତ ଏପ୍ରିଲ ମାସରୁ ଉଭୟେ ଦମ୍ପତ୍ତି ସନ୍ୟାସୀ ଜୀବନ ଗ୍ରହଣ କରିବେ ।

ପୂର୍ବରୁ ୨୦୨୨ ମସିହାରେ ନିଜର ବଢିଲା ପୁଅ, ଝିଅ ସନ୍ୟାସ ଧର୍ମ ଗ୍ରହଣ କରିଥିଲେ । ସମସ୍ତ ଭୋଗବିଳାଶକୁ ପଛରେ ପକାଇ ନିଜର ପିଲାମାନେ ସନ୍ୟାସ ଧର୍ମ ଗ୍ରହଣ କରିବା ପରେ ସେକଥା ବାପା,ମାଆଙ୍କୁ ମଧ୍ୟ ଖୁବ ପ୍ରଭାବିତ କରିଥିଲା । ତେଣୁ ପିଲାମାନଙ୍କ ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନେବା ସହ ସମସ୍ତ ଅର୍ଜିତ ଧନକୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ଭାବେଶ ଭାଈ ଭଣ୍ଡାରୀ ଏବଂ ତାଙ୍କ ପତ୍ନୀ । ଏହି ଦମ୍ପତ୍ତି ଆସନ୍ତା ଏପ୍ରିଲ ୨୨ ତାରିଖ ଦିନ ଜୈନ ଧର୍ମ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ସାଂସାରିକ ଜୀବନ ତ୍ୟାଗ କରି ସନ୍ୟାସ ଧର୍ମ ଗ୍ରହଣ କରିବା ସହ ସନ୍ୟାସ ଧର୍ମର ପରମ୍ପରାକୁ ମାନି ଚଳିବେ ଉଭୟେ ପତି-ପତ୍ନୀ । ସମଗ୍ର ଦେଶ ଭ୍ରମଣ କରିବା ସହ ଭିକ୍ଷାବୃତ୍ତି ଆପଣାଇ ଜୀବନ କାଟିବେ । ଏହି ଘଟଣା ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Advertisement

Leave a Reply

Your email address will not be published. Required fields are marked *