Pratidin TV

Odisha's Digital News Platform

ଦୁର୍ଘଟଣାଗ୍ରସ୍ତ ହାଇୱା ସହ ଧକ୍କା ହେଲା ଡଲଫିନ୍ ବସ୍ ; ଡ୍ରାଇଭର ମୃତ,୨୦ ଆହତ……

1 min read

ଅନୁଗୋଳ ; ସକାଳୁ ସକାଳୁ ପୁଣି ଭୟଙ୍କର ଦୁର୍ଘଟଣା । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ଏକ ବାଲି ବୋଝେଇ ଟିପର ଗାଡିକୁ ଏକ ଯାତ୍ରୀବାହୀ ବସ ଧକ୍କା ଦେବା ଫଳରେ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି ।

ସୂଚନା ଯେ, ଡ଼ଲଫିନ ନାମକ ଏକ ଘରୋଇ ନାଇଟ କୋଚ୍ ବସ ପୁରୀ ଅଭିମୁଖେ ପ୍ରାୟ ୩୦ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିଲା । ତେବେ ଜାତୀୟ ରାଜପଥ ୫୫ ର ଜରପଡ଼ା ନିକଟରେ ଏକ ଦୁର୍ଘଟଣା ଗ୍ରସ୍ତ ଗାଡି ସହ ଭୋର ପ୍ରାୟ ୪ ଟା ବେଳେ ବସ ଟି ଟିପର କୁ ପଛପଟୁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭରର ମୃତ୍ୟୁ ହୋଇଥିଲା । ଗାଡି ଏତେ ଦୃତ ଗତିରେ ଧକ୍କା ହୋଇଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।

Advertisement

ସ୍ଥାନୀୟ ଲୋକ ଓ ଜରପଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବସଯାତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି ।

Leave a Reply

Your email address will not be published. Required fields are marked *