Pratidin TV

Odisha's Digital News Platform

ଗୋଟିଏ ଅଣ୍ଡାର ମୂଲ୍ୟ ୨.୨୬ ଲକ୍ଷ , ଜାଣନ୍ତୁ କଣ ରହିଛି ଏହାର ବିଶେଷ୍ୟତ୍ୱ…

1 min read

ପ୍ରୋଟିନର ଉତ୍ସ ହେଉଛି ଅଣ୍ଡା । ଲୋକମାନେ ଅଣ୍ଡା ଖାଇବାକୁ ବହୁତ ପସନ୍ଦ କରିଥାଆନ୍ତି । ଏହାକୁ ସେମାନେ ପ୍ରୋଟିନ ଭାବରେ ଗ୍ରହଣ କରିଥାନ୍ତି । ତେବେ ସାଧାରଣତଃ ଗୋଟିଏ ଅଣ୍ଡାର ମୂଲ୍ୟ ୬ ରୁ ୭ ଟଙ୍କା । ହେଲେ ସେହି ଅଣ୍ଡାର ମୂଲ୍ୟ ୨.୨୬ଲକ୍ଷ ଟଙ୍କା ଟଙ୍କା ହୁଏ ତେବେ କଣ ଆପଣ ସେହି ଅଣ୍ଡା କିଣିବା କଥା ଭାବିବେ । ତେବେ ଏମିତି ଏକ ଅଣ୍ଡା ନିଲାମ କରାଯାଇଥିଲା ଯାହାର ମୂଲ୍ୟ ୨.୨୬ଲକ୍ଷ ଟଙ୍କା । ଜମ୍ମୁ-କଶ୍ମୀରର ବାରାମୁଲ୍ଲା ଠାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ତେବେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟ । ସୂଚନାଯୋଗ୍ୟ, ଶ୍ରୀନଗରର ସୋପୋରର ମାଲପୋର ଗ୍ରାମରେ ଏକ ମସଜିଦ ନିର୍ମାଣ ହେବାକୁ ଯାଉଛି, ଏଥିପାଇଁ ମସଜିଦ କମିଟି ଉଭୟ ନଗଦ ଟଙ୍କା ଏବଂ ଜିନିଷର ଦାନ ନେଉଛି ।

ଏହି ଦାନରେ ଜଣେ ବୃଦ୍ଧ ମହିଳା ତାଙ୍କ କୁକୁଡାର ଏକ ନୂତନ ଅଣ୍ଡା ଦାନ କରିଥିଲେ ଏହାପରେ ବୃଦ୍ଧ ମହିଳାଙ୍କ ଏହି ଅଣ୍ଡାକୁ ୨.୨୬ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା । ଧାର୍ମିକ ସ୍ଥାନ ପରିଚାଳନା କମିଟି କହିଛି ଯେ ଦାନ କରାଯାଇଥିବା ଅଣ୍ଡା ମସଜିଦ ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହର ନିଲାମରେ ୨.୨୬ ଲକ୍ଷ ଟଙ୍କା ସଂଗ୍ରହ କରିବାରେ ସାହାଯ୍ୟ କରିଛି । ବାସ୍ତବରେ, ଦାନ କରାଯାଇଥିବା ଜିନିଷଗୁଡ଼ିକ କମିଟି ଦ୍ୱାରା ନିଲାମ ପାଇଁ ରଖାଯାଇଥିଲା ଏବଂ ଅଣ୍ଡା ପାଇଁ ସର୍ବାଧିକ ଚାହିଦା ଆସିଥିଲା ଏବଂ ଏହି ଅର୍ଥକୁ ମସଜିଦ ନିର୍ମାଣ ପାଇଁ ଦାନ କରାଯାଇଥିଲା । ମସଜିଦ କମିଟିକୁ ଦାନ କରାଯାଇଥିବା ଜିନିଷଗୁଡ଼ିକରେ ଟଙ୍କା, ବାସନ ଏବଂ ଶସ୍ୟ ଅନ୍ତର୍ଭୁକ୍ତ ଥିଲା । ଏହି ସମୟରେ ଏହି ବୃଦ୍ଧ ମହିଳାଙ୍କ ଆର୍ôଥକ ଅବସ୍ଥା ଭଲ ନଥିଲା । ଏକ ଗରିବ ପରିବାରରୁ ଆସୁଥିବା ମହିଳାଙ୍କ ଘରର ଅବସ୍ଥା ମଧ୍ୟ ଭଲ ନଥିଲା ।

Advertisement

ଯେତେବେଳେ କମିଟି ସଦସ୍ୟମାନେ ଏହି ମହିଳାଙ୍କ ନିକଟରେ ପହଞ୍ଚିଲେ, ସେ ଅଣ୍ଡା ଦେଇ କହିଥିଲେ ଯେ ଦୟାକରି ଏହାକୁ ମୋ ତରଫରୁ ଗ୍ରହଣ କରନ୍ତୁ । ମହିଳାଙ୍କ ଭାବନା ଦେଖି ସଦସ୍ୟମାନେ ଏହାକୁ ଗ୍ରହଣ କଲେ । ଏହି ଦାନ ବିଷୟରେ ଅନେକ ଆଲୋଚନା ହୋଇଥିଲା ଏବଂ ଏହା ଗ୍ରାମବାସୀଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ପାଲଟିଥିଲା । ପ୍ରତ୍ୟେକଥର ନିଲାମରେ, କ୍ରେତା ଅଧିକ ଅର୍ଥ ସଂଗ୍ରହ ପାଇଁ ଏହାକୁ ନିଲାମ କରାଯାଏ ।ସ୍ଥାନୀୟ ଲୋକ କୁହନ୍ତି ଯେ ପୂର୍ବରୁ ଏହି ଅଣ୍ଡା ନିଲାମିର ମୂଲ୍ୟ ₹ ୨.୨ ଲକ୍ଷ ଥିଲା । ଚଳିତ ଥର ଏହି ଅଣ୍ଡାକୁ ୨.୨୬ ଲକ୍ଷ ଟଙ୍କାରେ ନିଲାମ କରିଛି ମସଜିଦ କମିଟି ।

Leave a Reply

Your email address will not be published. Required fields are marked *