Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଆଣିଛନ୍ତି କିଣା ଆୱାର୍ଡ , ନିଜର ପ୍ରତିକ୍ରିୟା ରଖିଲେ ଜୟନାରାୟଣ

1 min read

ଭୁବନେଶ୍ୱର : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ କୁମାର ପଟ୍ଟନାୟକ ଦିଲ୍ଲୀରୁ ଜୀବନ ବ୍ୟାପି ସାଧନା ସମ୍ମାନ ଧରି ଫେରିଛନ୍ତି । ଏନେଇ ଭୁବନେଶ୍ୱର ଏୟାରପୋର୍ଟରୁ ମୁଖ୍ୟମନ୍ତ୍ରୀଙ୍କ ନିଡାମ୍ବର ସ୍ୱାଗତ କରାଯାଇଛି । ଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ନାଟଗିତ ସହ ଶୋଭାଯାତ୍ରା ନିମନ୍ତେ ଏକ ବଡ ବସ୍‌ର ମଧ୍ୟ ଆୟୋଜନା କରାଯାଇଛି । ତେବେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷର ଗତ ରବିବାର ଦିନ ନବୀନ ବାବୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଯାହାକୁ ନେଇ ଓଡିଶାରେ ରାଜନୀତି ଜୋର ଧରିଛି ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି , ଯେ ସ୍ୱାଗତ ସମ୍ବର୍ଦ୍ଧନା ଏକ ପ୍ରହସନ, ଏହା କିଣା ଆୱାର୍ଡ । ‘ଏହି ଆୱାର୍ଡ କେତେ ଟଙ୍କାରେ କିଣିଛନ୍ତି ଜଣାନାହିଁ , କିନ୍ତୁ ଏହା କୌଣସି ନୂଆ କଥା ନୁହେଁ’ । ‘ଯେଉଁ ସଂସ୍ଥାକୁ କେହି ଜାଣି ନାହାନ୍ତି ସିଏ ଦେଉଛନ୍ତି ସେବା ଆୱାର୍ଡ’ । ‘ଯିଏ ଓଡିଶା ବାବଦରେ କିଛି ଜାଣି ନାହାନ୍ତି ,ତାଙ୍କୁ ଏପରି ଆୱାର୍ଡ ଓଡିଶାକୁ ବାଧକ ’ା ‘ନିର୍ବାଚନ ଆସିଲେ ନବୀନ ବାବୁ ଏମିତି ଗୋଟେ ଗୋଟେ ଆୱାର୍ଡ କିଣନ୍ତି ’ା ‘ନବୀନ ବାବୁଙ୍କ ଡ୍ରାମା ଲୋକେ ବୁଝିସାରିଛନ୍ତି ,କିଛି ପ୍ରଭାବ ପଡିବନି ’ା

Advertisement

ସେଦିନ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଜିବନ ବ୍ୟାପି ସାଧନା ସମ୍ମାନକୁ ବିରୋଧ କରି କହିଥିଲେ ,ଯେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ଏକ୍ଲୁସିଭ ନୁହେଁ । ‘ବିଭିନ୍ନ ସଂସ୍ଥା ସେମାନଙ୍କ ବାର୍ଷିକ ଉତ୍ସବରେ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ମାନିତ କରିଥାନ୍ତି ’ । ସେହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କୌଣସି ଏକ୍ସକ୍ଲୁସିଭ୍ ସମ୍ମାନରେ ସମ୍ମାନିତ ହୋଇନାହାନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ପୁରସ୍କାରକୁ ନେଇ ବିଜେଡି ପଲ୍‌ଟିକାଲ ଷ୍ଟଣ୍ଟ ଦେଖାଇବାକୁ ଚେଷ୍ଟା କରୁଛି । ଏହାକୁ ନେଇ ବିଜେଡିର ଶୋଭାଯାତ୍ରା ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ବାରଣ କରନ୍ତୁ ବୋଲି କହିଥିଲେ ହରିଚନ୍ଦନ ।

Leave a Reply

Your email address will not be published. Required fields are marked *