Pratidin TV

Odisha's Digital News Platform

ବ୍ୟାଙ୍କ କର୍ମଚାରୀଙ୍କ ଘରୁ କଳାକନା ବୁଲାଇଲା ଚୋର , ଚୋରି କରିବା ପରେ କ୍ଷମା ମାଗିଲା , ଆଉ ତା ପରେ ଏମିତି କିଛି କହିଲା ଜାଣିଲେ ତାଜୁବ ହୋଇଯିବେ ଆପଣ…

1 min read

ଅଜବ ଚୋରର ଗଜବ କାହାଣୀ । ଚୋରି କଲା ଆଉ ଭୁଲ ବି ମାଗିଲା । ଭୁଲ ମାଗିବା ପରେ ସେଠାରୁ ଚମ୍ପଟ ମାରିଲା ଚୋର । ଜଣଙ୍କ ଘରେ ଚୋରି କରିବା ପରେ ନିଜ ନିଜ ଅପରାଧକୁ ସ୍ୱୀକାର କରିବା ସହ ଆଲମାରୀ ଲେଖିଲା ‘ଚୋରି ତ କଲି ହେଲେ ସୁନା ମିଳିଲାନି, କ୍ଷମା କରିଦେବେ ।’ ଏହି କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ପୂରା ସତ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରାଖଣ୍ଡରେ । ଏହି ଘଟଣା ପରେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଅଭିଯୋଗ ପରେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ତେବେ ଉତ୍ତରଖଣ୍ଡ ରାଜ୍ୟର ମୁଖାନି ଥାନା ଅଞ୍ଚଳରେ ଘଟିଥିବା ଏହି ଗଜବ ଚୋରି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘରୁ ନଗଦ ୬୦ହଜାର ଟଙ୍କା ଓ କିଛି ରୂପା ଗହଣା ଚୋରି ହୋଇଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁୟାୟୀ, ଗୁରୁବାର ରାତିରେ ଉତ୍ତରାଖଣ୍ଡ ରାଜ୍ୟର ମୁଖାନି ଥାନା ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଚୋରି ଘଟଣା ସାମ୍ନାକୁ ଆସିଛି । ଘରେ କେହି ନଥିବା ବେଳେ ଏହି ଚୋରି ହୋଇଥିବା ବେଳେ ସକାଳ ସମୟରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ଘରେ ପଡିଥିବା ତାଲା ଭଙ୍ଗା ଯାଇଥିବା ବେଳେ ଘର ମଧ୍ୟରେ ସମସ୍ତ ଜିନିଷ ପତ୍ର ଏଣେତେଣେ ପଡିଥିଲା । ଆଲମାରୀ ମଧ୍ୟ ଖୋଲା ପଡିଥିଲା । ଏନେଇ ଘରର ମାଲିକ ପୋଲିସକୁ ଖବର ଦେଇଥିଲେ ।

Advertisement

ତେବେ ଏହି ଚୋରି ଘଟଣାରେ ଅଜବ କଥା ଦେଖିବାକୁ ମିଳିଥିଲା । ଚୋରି କରିବା ପରେ ଆଲମାରୀ ଓ ଡ୍ରେସିଙ୍ଗ ଟେବୁଲରେ ସ୍କେଚ ପେନରେ ଚୋର ନିଜ ଅପରାଧକୁ ସ୍ୱୀକାର କରିଥିବା ନେଇ ଲେଖିଥିବା ଦେଖିବାକୁ ମିଳିଥିଲା । ଚୋରଟି ଲେଖିଥିଲା ‘ଚୋରି ତ କଲି ହେଲେ ସୁନା ମିଳିଲାନି, କ୍ଷମା କରିଦେବେ’ ଲେଖିଥିବା ଦେଖିବାକୁ ମିଳିଛି । ତେବେ ଅଭିଯୋଗକାରୀଙ୍କ ସୂଚନା ଅନୁଯାୟୀ ଘରୁ ନଗଦ ୬୦ ହଜାର ଟଙ୍କା ସହ କିଛି ରୂପା ଅଳଙ୍କାର ଚୋରି ହୋଇଛି । ତେବେ ସୁନା ଗହଣା ଘରେ ନରଖି ବ୍ୟାଙ୍କରେ ରଖିଥିବା ନେଇ କହିଛନ୍ତି ଅଭିଯୋଗକାରୀ । ତେବେ ଚୋରଟି ବେଶ ଚାଲାକ ହୋଇଥିବା ଜଣାପଡିଛି । କାରଣ ଘରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ସେ ଏହା ଜାଣିପାରି ସିସିଟିଭିରୁ ଡିବିଆର କାଢି ନିଜ ସହ ନେଇ ଯାଇଥିବା ଜଣାପଡିଛି ।ବର୍ତ୍ତମାନ ନିକଟସ୍ଥ ସିସିଟିଭି ଫୁଟେଜ ଜରିଆରେ ଚୋରକୁ ଧରିବା ପାଇଁ ଉଦ୍ୟମ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *