Pratidin TV

Odisha's Digital News Platform

ପୁଣି ଅଡୁଆରେ ସୀମା ସଚିନ, ବାହଘର କରିଥିବା ପୁରୋହିତଙ୍କୁ ଆସିଲା ନୋଟିସ୍‌…

1 min read

ପୁଣି ଚର୍ଚ୍ଚାରେ ସୀମା ହାଇଦର । ଏବେ ପ୍ରେମୀଯୁଗଳ ସୀମା ହାଇଦର ଓ ସଚିନ ମୀନା ହରଡଘଣାରେ । ଚାରି ପିଲାଙ୍କୁ ଧରି ପାକିସ୍ତାନରୁ ଭାରତ ଆସିଥିଲେ ସୀମା ହାଇଦର । ନେପାଳ ସୀମା ଦେଇ ନିଜ ପ୍ରେମିକ ସଚିନ ଙ୍କ ପାଖକୁ ଚାଲି ଆସିଥିଲେ । ଏହାପରେ ସେମାନେ ନେପାଳ ରେ ଏକ ମନ୍ଦିରରେ ବିବାହ କରିଥିଲେ । ବର୍ତ୍ତମାନ ସଚିନଙ୍କ ସହ ଗ୍ରେଟର ନୋଏଡା ରେ ରହୁଛନ୍ତି । ଏଇ ଏବେ ଏବେ ସୀମା ଓ ସଚିନ୍ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ । ଆଉ ସେହି ବିବାହ ବାର୍ଷିକୀରେ ସେ ପୁଣିଥରେ ସମସ୍ତଙ୍କ ସମ୍ନାରେ ବିବାହ କରିଥିଲେ । ତେବେ ଦୁହିଁଙ୍କର ବାହାଘରର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବ ପରେ ଏବେ ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର କୋର୍ଟରେ ଆବେଦନ କରି ଚ୍ୟାଲେଞ୍ଜ କରିଥିଲେ ।

କୋର୍ଟ ଏହି ମାମଲାରେ ସୀମା-ସଚିନଙ୍କ ବିବାହ କରାଇଥିବା ଓକିଲ ଏପି ସିଂ, ପଣ୍ଡିତ ଏବଂ ବରଯାତ୍ରୀଙ୍କୁ ନୋଟିସ ଜାରି କରିଛନ୍ତି ।ଗୁଲାମ ହାଇଦରଙ୍କ ଓକିଲ ମୋମିନ ମଲିକ କହିଛନ୍ତି ଯେ ତାଙ୍କ ଆବେଦନକୁ ଜିଲ୍ଲା କୋର୍ଟଙ୍କ ପରିବାର ଅଦାଲତ ସ୍ୱୀକାର କରିଛନ୍ତି । ବାହାଘର କରାଇଥିବା ପୁରୋହିତଙ୍କୁ କୋର୍ଟ ନୋଟିସ ପଠାଇଛନ୍ତି । ଏହା ବ୍ୟତୀତ ଗୁଲାମ ସୀମାଙ୍କ ସହିତ ଭାରତ ଆସିଥିବା ନିଜର ନାବାଳକ ପିଲାମାନଙ୍କ ଧର୍ମ ପରିବର୍ତ୍ତନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ବର୍ତ୍ତମାନ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ମେ’ ୨୭ରେ ହେବ । ଗୌତମ ବୁଦ୍ଧ ନଗରର ପରିବାର ଅଦାଲତ ସୀମା, ସଚିନ, ଏପି ସିଂ, ପଣ୍ଡିତ ଏବଂ ବରଯାତ୍ରୀମାନଙ୍କୁ ମେ’ ୨୫ରେ ହାଜର ହେବାକୁ କୁହାଯାଇଛି ।

Advertisement

ଓକିଲ ମୋମିନ୍ ମଲିକ୍ କହିଛନ୍ତି, ଯଦି ସମସ୍ତେ ମେ’ ୨୫ରେ ହାଜର ହେବେ ନାହିଁ, ତେବେ କୋର୍ଟରେ ଏକପାଖିଆ ଶୁଣାଣି ହୋଇପାରେ । ସେପଟେ ସୀମା ହାଇଦରଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ଖୁବଶୀଘ୍ର ଭାରତ ଆସିପାରନ୍ତି । ତାଙ୍କ ଓକିଲ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ସାକ୍ଷ୍ୟ ଦେବାକୁ ଭାରତ ଆସିପାରନ୍ତି । ଗୁଲାମଙ୍କ ପାଖରେ ଦୃଢ଼ ପ୍ରମାଣ ଅଛି, ଯାହାକୁ ସେ କୋର୍ଟରେ ଉପସ୍ଥାପନ କରିବେ ।ଏହା ପୂର୍ବରୁ ମଧ୍ୟ ଗୁଲାମ ହାଇଦର ସୀମା ଓ ସଚିନ ମୀଣାଙ୍କୁ ୬ କୋଟିର ମାନହାନି ନୋଟିସ୍ ପଠାଇଥିଲେ । ଭାରତରେ ଗୁଲାମଙ୍କ ଓକିଲ ଏହି ନୋଟିସ୍ ପଠାଇଥିଲେ । ଏହା ସହିତ ସେ ସୀମା ହାଇଦରଙ୍କ ଓକିଲ ଏପି ସିଂଙ୍କୁ ମଧ୍ୟ ୫ କୋଟିର ନୋଟିସ୍ ପଠାଇଥିଲେ ।

Leave a Reply

Your email address will not be published. Required fields are marked *