Pratidin TV

Odisha's Digital News Platform

ଆଇପିଏଲ ଅଧାରୁ RCB ର ହାତ ଛାଡି଼ଲେ ମାକ୍ସୱେଲ , ଏହି କାରଣରୁ କ୍ରିକେଟର ନେଲେ ଏପରି ନିଷ୍ପତ୍ତି ..

1 min read

ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ଏବେ ଆଇପିଏଲ ମଝିରୁ ଆରସିବି ର ହାତ ଛାଡିବେ । ଚଳିତ ଆଇପିଏଲ ମାକ୍ସୱେଲଙ୍କ ପାଇଁ ଭଲ ନଥିଲା । ଲଗାତାର ଭାବେ ସେ ମ୍ୟାଚରେ ଫ୍ଲପ ହୋଇଛନ୍ତି । ୬ଇନିଂସରେ ମାତ୍ର ୩୨ରନ୍ ସଂଗ୍ରହ କରିବାରେ ସେ ସଫଳ ହୋଇଥିଲେ । ଏଥିସହ ସେ ୩ଟି ମ୍ୟାଚରେ କୌଣସି ରନ୍ ସ୍କୋର ନକରି ପଡ଼ିଆ ବାହାରକୁ ଆସିଥିଲେ । ଏଭଳି ଖରାପ ପ୍ରଦର୍ଶନ ପରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆରସିବିର ଏକାଦଶ ମ୍ୟାଚରେ ଖେଳି ନଥିଲେ ମାକ୍ସୱେଲ । ଏହାପଛରେ କଣ ରହିଛି କାରଣ ଏହାକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଏବେ ମାକ୍ସୱେଲ ଦଳ ଛାଡିଥିବା ଖବର ସାମ୍ନାକୁ ଆସିଛି ।

ତେବେ ଅଧାରୁ ଆଇପିଏଲ ଛାଡିବାର କାରଣ ମଧ୍ୟ ଦର୍ଶାଇଛନ୍ତି ମାକ୍ସୱେଲ । କୁହ।।ଯାଉଛି ଯେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାନସିକ ଏବଂ ଶାରୀରିକ ସ୍ତରରେ ଥକି ଯାଇଥିବାରୁ ଟୁର୍ନାମେଣ୍ଟ ମଝିରୁ ବ୍ରେକ ନେବାକୁ ସ୍ଥିର କରିଛନ୍ତି । ଗ୍ଲେନ୍ ମାକ୍ସୱେଲ କହିଛନ୍ତି ଯେ, “ମୁଁ ନିଜେ ସନରାଇଜର୍ସ ବିପକ୍ଷ ମ୍ୟାଚରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି କାରଣ ମୁଁ ଦଳ ପାଇଁ ଭଲ ପ୍ରଦର୍ଶନ କରିପାରୁନାହିଁ । ତେବେ ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ ସହଜ ନଥିଲା । ଗତ ମ୍ୟାଚ୍ ପରେ ସେ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଏବଂ କୋଚଙ୍କ ସହ କଥା ହୋଇଥଲେ । ଆଲୋଚନା ପରେ ମାକ୍ସୱେଲ ଙ୍କୁ ବ୍ରେକ ଦେଇ ଅନ୍ୟ ଖୋଳାଳିଙ୍କୁ ନେଇ ଆରସିବି ଆଗକୁ ବଢ଼ିବା ଉଚିତ୍ ବୋଲି ନିଷ୍ପତ୍ତି ନିଆଗଲା । କ୍ରିକେଟର କହିଛନ୍ତି ସେ ପୂର୍ବରୁ ମଧ୍ୟ ଏଭଳି ପରିସ୍ଥିତିର ସାମ୍ନା କରିସାରିଛନ୍ତି । ବର୍ତ୍ତମାନ ସେ ମାନସିକ ଏବଂ ଶାରୀରିକ ସ୍ତରରେ ନିଜକୁ ଆରାମ ଦେବା ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ସେ ଆଇପିଏଲ ଅଧାରୁ ବ୍ରେକ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *