Pratidin TV

Odisha's Digital News Platform

ଡେଞ୍ଜର ଜୋନ୍ ରେ ଭାଇଜାନ୍ , ଅଭିନେତାଙ୍କ ଘରକୁ ଯାଇ ଭଲମନ୍ଦ ବୁଝିଲେ ମୁଖ୍ୟମନ୍ତ୍ରୀ ..

1 min read

ଏବେ ଡେଞ୍ଜର ଜୋନରେ ଭାଇଜାନ । ତାଙ୍କ ସୁରକ୍ଷାକୁ ନେଇ ଅଭିନେତାଙ୍କ ଠାରୁ ରାଜନେତା ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଅଭିନେତା ଘରକୁ ଯାଇ ଭେଟିଛନ୍ତି ମହରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ରବିବାର ସଲମାନ ଖାନଙ୍କ ମୁମ୍ବଇସ୍ଥିତ ବାସଭବନ ବାହାରେ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିଲା । ରବିବାର ସକାଳ ୫ଟା ସମୟରେ ମୋଟରସାଇକେଲରେ ଆସି ଅଜଣା ବ୍ୟକ୍ତି ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘର ବାହାରେ ଅନେକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ସଲମାନଙ୍କ ସୁରକ୍ଷା ବଢ଼ାଇଥିଲେ ସରକାର । ଏହି ଘଟଣାପରେ ସମସ୍ତଙ୍କୁ ଘାରିଛି ସଲମାନଙ୍କ ସୁରକ୍ଷା ଚିନ୍ତା । ଏହି ଘଟଣା ପରେ ଆଜି ନିଜେ ମୁଖ୍ୟ ମନ୍ତ୍ରୀ ସଲମାନଙ୍କ ଘରକୁ ଆସି ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ଅଭିନେତା ଙ୍କୁ ଭେଟିବା ପୂର୍ବରୁ ସଲମାନ ଙ୍କ ଘର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଏହାପରେ ସିନ୍ଦେ ପହଞ୍ଚି ବେଶ କିଛି ସମୟ ସଲମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିଲେ ସଲମାନ ବିନ୍ଦାସ ମିଜାଜରେ ସିନ୍ଦେଙ୍କ ସହ ହସିହସି କଥା ହେଉଥିବା ଦେଖିବାକୁ ମିଳିଛି । ସିନ୍ଦେ ମଧ୍ୟ ସଲମାନଙ୍କୁ କୁଣ୍ଢାଇ ଧରିବାର ଭିଡିଓ ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଗତ ରବିବାର ମୁମ୍ୱାଇ ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ହୋଇଥିଲା । ମୁମ୍ୱାଇ ପୋଲିସ ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା । ପରେ ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା । ଏହି ଫୁଟେଜ ଆଧାରରେ ଆଜି ଅର୍ଥାତ୍ ଘଟଣାର ଦୁଇ ଦିନ ପରେ କ୍ରାଇମବ୍ରାଞ୍ଚ ଘଟଣା ଘଟାଇଥିବା ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗୁଜୁରାଟର ଭୁଜ ଜିଲ୍ଲାରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଉଭୟଙ୍କୁ ବର୍ତ୍ତମାନ ମୁମ୍ୱାଇ ଆଣି ପଚରାଉଚରା କରୁଛି ପୋଲିସ । ସୂଚନାନୁସାରେ, ଉଭୟ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସୁନୀଲ ପାଲ । ଉଭୟ ଅଭିଯୁକ୍ତ ବିହାରର ଚମ୍ପାରନ୍ ଜିଲ୍ଲାର ବାସିନ୍ଦା । ଫେବୃଆରୀ ମାସରେ ଦୁହେଁ ମୁମ୍ବାଇ ଆସିଥିଲେ ଏବଂ ସେବେଠାରୁ ସେମାନେ ଫାୟାରିଂ କରିବାକୁ ଯୋଜନା କରିଥିଲେ । ଘଟଣା ଦିନ ମଧ୍ୟ ମୁଖ୍ୟମନ୍ତ୍ରୀ ସିନ୍ଦେ ଫୋନ ଯୋଗେ ସଲମାନଙ୍କ ସହ କଥା ହୋଇଥିଲେ । ସେହିପରି ସେ ମୁମ୍ବାଇ ପୁଲିସ କମିଶନରଙ୍କ ସହ କଥା ହୋଇ ସଲମାନଙ୍କ ସୁରକ୍ଷା ବୃଦ୍ଧି କରିବାକୁ କହିଥିଲେ ।

Advertisement

Leave a Reply

Your email address will not be published. Required fields are marked *