Pratidin TV

Odisha's Digital News Platform

ଭାରତର ପ୍ରଥମ ନାଜାଲ କୋଭିଡ୍ ଟିକାକୁ ମଂଜୁରୀ ଦେଲା DCGI

1 min read

ନୂଆଦିଲ୍ଲୀ : ଭାରତର ପ୍ରଥମ ନାଜାଲ କୋଭିଡ୍ ଟିକାକୁ ମିଳିଲା ମଂଜୁରୀ ।ଏବେ କରୋନା ବିରୁଦ୍ଧରେ ଭାରତକୁ ମିଳିଲା ବଡ ଅସ୍ତ୍ର । ଯାହା ମାତ୍ ଦେବ କରୋନାକୁ । ଭାରତୀୟ ଫାର୍ମା କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ଇଣ୍ଟ୍ରାନାଜାଲ ଟିକାକୁ ଅନୁମୋଦନ ଦେଇଛି DCGI(drugs controller general of india ) । ତେବେ ପ୍ରଥମ ଥର ପାଇଁ ଦେଶରେ କୌଣସି ନାଜାଲ କରୋନା ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଛି ।

ଏହି ଟିକା ଇନ୍‌ଜକ୍ସେନ ଦ୍ୱାରା ନୁହଁ ବରଂ ସିଧାସଳଖ ଅତିସୁବିଧାରେ ନାକରେ ପକାଯାଇପାରିବ । ଇଞ୍ଜେକ୍ସନକୁ ଭୟ କରୁଥିବା ଲୋକେ ଏହାକୁ ଅତି ସୁବିଧାରେ ନେଇପାରିବେ । ଏହାକୁ ସାଧାରଣ ଡ୍ରପ୍ ଭଳି ନାକରେ ପକାଯିବ । ତେବେ ପ୍ରାଥମିକ ଅବସ୍ଥାରେ ଏହି ଟିକାକୁ କେବଳ ପ୍ରାପ୍ତ ବୟସ୍କମାନଙ୍କୁ ଦିଆଯିବ ।

Advertisement


ଏନେଇ କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ କୋଭିଡ୍ ୧୯ ବିରୁଦ୍ଧରେ ଲଢିବାକୁ ଭାରତକୁ ଏକ ବଡ ବୁଷ୍ଟର ମିଳିଛି । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା ChAd36-SARS-CoV-S COVID-19 ନାଜାଲ ଟିକାକୁ ଅନୁମତି ମିଳିଛି । ଏହି ଟିକା ୧୮ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯାଇପାରିବ ।

Leave a Reply

Your email address will not be published. Required fields are marked *