Pratidin TV

Odisha's Digital News Platform

ଭଏସ୍ କଲ୍ ପରେ ଭିଡିଓ କଲ୍ କରି , ଅଞ୍ଚଳରେ ଉନ୍ନତିକରଣର ଲୋକଙ୍କ ମତାମତ ନେଲେ ମୁଖ୍ୟମନ୍ତ୍ରୀ ..

1 min read

ପ୍ରଥମେ ଭଏସ୍ କଲ୍ ଏବେ ଭିଡିଓ କଲ୍ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଲୋକମାନଙ୍କ ପାଖରୁ ଅଞ୍ଚଳର ଉନ୍ନତୀକରଣ ବିଷୟରେ ମତାମତ ନେଉଛନ୍ତି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କରି କଥା ହେଉଛନ୍ତି । ଓଡିଶାର ଜନ ହିତକର କାର୍ଯ୍ୟ ବିଷୟରେ ସିଧା ସଳଖ ପଚାରି ବୁଝୁଛନ୍ତି । ନିର୍ବାଚନ ମାହୋଲରେ ଲୋକଙ୍କ ପାଇଁ ହେଉଥିବା ବିକାଶମୂଳକ କାମ ଯେପରି ଅଧାର ବନ୍ଦ ନହୁଏ, ସେ ନେଇ ନବୀନ ନେଇଛନ୍ତି ଅପଡେଟ୍ । ଭିଡିଓ କଲରେ ସାଧାରଣ ଲୋକଙ୍କ ସହ କଥା ହୋଇ ବିଭିନ୍ନ ଉନ୍ନତିମୂଳକ କାମର ଟିକିନିଖି ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯାହାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିଭିନ୍ନ ରୂପାନ୍ତରଣ ପ୍ରକଳ୍ପର ନେଇ ଲୋକଙ୍କ ସହ ନବୀନ କଥାବାର୍ତ୍ତା କରୁଥିବାର ଦୃଶ୍ୟ ଏହି ଭିଡିଓରେ ରହିଛି । ବିଭିନ୍ନ ଅଞ୍ଚଳରେ ଚାଲିଥିବା ସ୍କୁଲ ରୂପାନ୍ତରଣ, ମନ୍ଦିର, ବ୍ରିଜ ଆଦି ବିକାଶ ମୂଳକ କାମ କିଭଳି ଚାଲୁଛି ଓ ସରିଲାଣି କି ନାହିଁ ସେନେଇ ମତାମତ ନେଉଛନ୍ତି । ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *