Pratidin TV

Odisha's Digital News Platform

ବିବାହ ପୂର୍ବରୁ ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ଅନନ୍ତ ଅମ୍ବାନୀ , ଦାନ କଲେ ୨ କୋଟି ୫୧ ଲକ୍ଷ ଟଙ୍କା

1 min read

ପୁରୀ ; ଭାରତର ସବୁଠାରୁ ଧନୀ ବ୍ୟକ୍ତି କହିଲେ ଅମ୍ବାନୀ ପରିବାରକୁ ହିଁ ଲୋକ ଜାଣନ୍ତି । ତେବେ ବିଶିଷ୍ଟ ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଗତକାଲି ପୁରୀ ଆସି ଜଗା ଦଶ୭ନ କରିଛନ୍ତି । ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ପୂର୍ବରୁ ସେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଆର୍ଶୀବାଦ ନେବା ସହ ମନ୍ଦିରକୁ ୨ କୋଟି ୫୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାତି ୧୦.୩୦ ବେଳକୁ ପୁରୀରେ ପହଞ୍ଚିଥିଲେ ଅନନ୍ତ । ଭୁବନେଶ୍ୱର ବିମାନବନ୍ଦରରୁ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀରେ ପହଞ୍ଚି ଥିଲେ । କଡ଼ା ସୁରକ୍ଷା ଭିତରେ ସେ କାଳିଆସାଆନ୍ତଙ୍କ ସହ ବଡ ଭାଇ ଓ ଭଉଣୀ ସୁଭଦ୍ରାଙ୍କୁ ମଧ୍ୟ ଦର୍ଶନ କରିଛନ୍ତି । ଏହା ସହ ମା’ ବିମଳା ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମଧ୍ୟ ଦର୍ଶନ କରିଛନ୍ତି ଅନନ୍ତ । ମହାଲକ୍ଷ୍ମୀ ମନ୍ଦିରରେ କିଛି ସମୟ ବସିବା ସହ ନୃସିଂହ ମନ୍ଦିରରେ ବସିି ହନୁମାନ ଚାଳିସା ପାଠ କରିଥିଲେ ।

Advertisement

ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର, କୌଳିକ ପଣ୍ଡା ରଘୁନାଥ ଗୋଛିକାର ଓ ଅନ୍ୟାନ୍ୟ ସେବାୟତ ଉପସ୍ଥିତ ଥିଲେ ।
ତେବେ ଜୁଲାଇ ୧୨ ତାରିଖରେ ଅନନ୍ତ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ବିବାହ ହେବ । ଏହା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସେ ପୁରୀ ଆସିଛନ୍ତି ।

Leave a Reply

Your email address will not be published. Required fields are marked *